ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତର ବିମାନବାହକ ଜାହାଜ ଆଇଏନଏସ ବିକ୍ରମାଦିତ୍ୟରେ ଅଗ୍ନିକାଣ୍ଡ ଘଟିଛି । ଆଜି ସକାଳେ ଜାହାଜରେ ନିଆଁ ଲାଗିଯାଇଥିବା ଜଣାପଡିଛି । କିନ୍ତୁ ନିଆଁକୁ ତୁରନ୍ତ ଆୟତ୍ତ କରାଯାଇଥିଲା । ତେବେ ଜାହାଜରେ ଥିବା ସମସ୍ତ କର୍ମଚାରୀ ସୁରକ୍ଷିତ ରହିଛନ୍ତି । ନୌସେନାର ଜଣେ ପ୍ରବକ୍ତାଙ୍କ କହିବାନୁସାରେ, ନିଆଁକୁ ଆୟତ୍ତ କରାଯାଇଛି । ଜାହାଜରେ ଥିବା ସମସ୍ତେ ସୁରକ୍ଷିତ ରହିଛନ୍ତି । ପ୍ରଥମେ ନୌସେନାର ଯବାନମାନେ ରହୁଥିବା କୋଠରୀରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା । ତୁରନ୍ତ ସେଠାରେ ଉପସ୍ଥିତ ଥିବା ଯବାନ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ । ସେଠାରେ ଥିବା ସମସ୍ତ କର୍ମଚାରୀଙ୍କ କୌଣସି କ୍ଷତି ହୋଇନାହିଁ ବୋଲି ସୂଚନା ମିଳିଛି ।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ଇଣ୍ଡିଆ ବ୍ଲକ ନେତାଙ୍କୁ ସାକ୍ଷାତ କରିବେନି CJI….
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….