Report Card Odisha

| Daily Odia News

ଗଞ୍ଜାମର କରୋନା ସ୍ଥିତି ସମୀକ୍ଷା କଲେ ପୋଲିସ୍ ଡିଜି ଅଭୟ….

ରିପୋର୍ଟ କାର୍ଡ / ଗଞ୍ଜାମ (ମହେଶ୍ୱର ସେଠୀ)

ଗଞ୍ଜାମ ଗସ୍ତକରି କରୋନା ସ୍ଥିତି ସମୀକ୍ଷା କରିଛନ୍ତି ପୋଲିସ୍ ଡିଜି ଅଭୟ । ଆଜି ଦକ୍ଷିଣାଞ୍ଚଳ ରେଞ୍ଜ ଡିଆଇଜିଙ୍କ କକ୍ଷରେ ଏହି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବ୍ରହ୍ମପୁର ଏସ୍‌ପି ଓ ଗଞ୍ଜାମ ଏସ୍‌ପିଙ୍କୁ ନେଇ କରୋନାର ସଠିକ ମୁକାବିଲା କିପରି କରାଯାଇପାରିବ ସେ ନେଇ ସମୀକ୍ଷା କରିଛନ୍ତି ଡିଜି। ଉଭୟ ଗଞ୍ଜାମ ଓ ବ୍ରହ୍ମପୁରର କରୋନା ପରିଚାଳନା ସନ୍ତୋଷ ଜନକ ରାହିଛି ବୋଲି କହିଥିଲେ । ଉଭୟ ଏସପିଙ୍କୁ ସେ ସାଧୁବାଦ୍ ଜଣାଇବା ସହିତ ପୋଲିସ କର୍ମଚାରୀଙ୍କ ଦାୟିତ୍ଵକୁ ପ୍ରଶଂସା କରିଛନ୍ତି । ଲୋକମାନଙ୍କୁ ସର୍ବଦା ସତର୍କ ରହିବାକୁ ଡିଜି ଅଭୟପରାମର୍ଶ ଦେଇଛନ୍ତି | ଆବଶ୍ୟକ ନ ଥିଲେ ଘରୁ ନ ବାହାରିବାକୁ ଜନସାଧାରଣଙ୍କୁ ସେ ଅନୁରୋଧ କରିଛନ୍ତି। ଜରୁରୀ ଆବଶ୍ୟକ ହେଲେ ଘରୁ ବାହାରିଲେ ଲୋକମାନେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବାକୁ ପରାମର୍ଶ ଦେଇଛନ୍ତି । ବାହାର ରାଜ୍ୟର ଲୋକଙ୍କ ପ୍ରବେଶ ପ୍ରତି ଦୃଷ୍ଟି ଦିଆଯାଉଛି କହିଥିଲେ ।

 

Breaking News