ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ ୪ ଦିନ ହେବ ଲଗାତର ତୈଳ ଦର ବୃଦ୍ଧି ପାଉଛି । ପେଟ୍ରୋଲ ୮୪ ପଇସା ଏବଂ ଡିଜେଲ ୧୦୫ ପଇସା ବଢିଛି । ଦେଶର ପ୍ରମୁଖ ତୈଳ ବିପଣନ କମ୍ପାନୀ ଇଣ୍ଡିଆନ ଅଏଲ କର୍ପୋରେଶନ ଲିମିଟେଡ (ଆଇଓସିଏଲ୍) ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଶୁକ୍ରବାର ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୨୮ ପଇସା ଏବଂ ଡିଜେଲ ୩୪ ପଇସା ବଢିଛି। ଫଳରେ ଏଠାରେ ପେଟ୍ରୋଲ ଦର ୯୧.୯୬ ଟଙ୍କା ହୋଇଥିବା ବେଳେ ଡିଜେଲ ଦର ୮୯.୦୩ ଟଙ୍କାରେ ବିକ୍ରି ହେଉଛି। ଅନ୍ୟପକ୍ଷରେ ନୂଆଦିଲ୍ଲୀରେ ପେଟ୍ରୋଲ ମୂଲ୍ୟରେ ୨୮ ପଇସା ଏବଂ ଡିଜେଲରେ ୩୧ ପଇସା ବଢ଼ିଥିବା ସୂଚନା ମିଳିଛି। ଫଳରେ ସେଠାରେ ପେଟ୍ରୋଲ ଦର ଲିଟର ପିଛା ୯୧.୨୭ ଟଙ୍କା ଓ ଡିଜେଲ ଲିଟର ପିଛା ୮୧.୭୩ ଟଙ୍କାରେ ପହଞ୍ଚିଛି। ସେହିଭଳି ଦେଶର ଅନ୍ୟ ପ୍ରମୁଖ ମେଟ୍ରୋ ସହର ଚେନ୍ନାଇ, କୋଲକାତା ଏବଂ ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ଯଥାକ୍ରମେ ୯୩.୧୫ ଟଙ୍କା, ୯୧.୪୧ ଟଙ୍କା ଏବଂ ୯୭.୬୧ ଟଙ୍କା ହୋଇଛି। ଏହିସବୁ ମେଟ୍ରୋ ସହରରେ ଡିଜେଲ ଦର ଲିଟର ପିଛା ଯଥାକ୍ରମେ ୮୬.୬୫ ଟଙ୍କା, ୮୪.୫୭ ଟଙ୍କା ଏବଂ ୮୮.୮୨ ଟଙ୍କାକୁ ବୃଦ୍ଧି ଘଟିଥିବା ଜଣାପଡିଛି। ଭାରତର କେତେକ ସହରରେ ବର୍ତ୍ତମାନ ପେଟ୍ରୋଲ ୧୦୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଡିଜେଲ ପ୍ରାୟ ୯୫ ଟଙ୍କାକୁ ବୃଦ୍ଧି ଘଟିଛି। ସେହିଭଳି ଦେଶର ଆଉ କିଛି ସହରରେ ତେଲ ଦର ୧୦୦ ନିକଟବର୍ତ୍ତୀ ରହିଥିବା ସୂଚନା ମିଳିଛି।
More Stories
୪ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କଲେ ରାଷ୍ଟ୍ରପତି…..
ଫାସ୍ଟ୍ୟାଗ୍ ନ ଲଗାଇଲେ ହେବେ କଳାତାଲିକାଭୁକ୍ତ….
ୟୁକ୍ରେନ ଉପରେ ରୁଷର ୭୦୦ ଡ୍ରୋନ ମାଡ଼…..