ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ମହାରାଣା ପ୍ରତାପଙ୍କ ଜୟନ୍ତୀ | ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି | ମୋଦି ଟ୍ୱିଟ କରି କହିଛନ୍ତି, ନିଜର ପ୍ରତିହତ ସାହସ, ପରାକ୍ରମ ଏବଂ ଯୁଦ୍ଧ କରିବାର ଅନନ୍ୟ ଶୈଳୀକୁ ନେଇ ମହାରାଣା ପ୍ରତାପ ଭାରତକୁ ଗର୍ବିତ କରିଛନ୍ତି। ମାତୃଭୂମି ପାଇଁ ତାଙ୍କର ତ୍ୟାଗ ଏବଂ ସମର୍ପଣ ଭାବ ଚିର ସ୍ମରଣୀୟ ହୋଇ ରହିବ।ବର୍ତ୍ତମାନ ରାଜସ୍ଥାନର ଉତ୍ତର ପଶ୍ଚିମ ଭାଗରେ ଅବସ୍ଥିତ ତଥା ତତ୍କାଳୀନ ମେୱାର ରାଜ୍ୟର ରାଜା, ଯୁଦ୍ଧ ଶୈଳୀରେ ନିପୁଣ, ମହାନ ଯୋଦ୍ଧା ମହାରାଣା ପ୍ରତାପଙ୍କର ଆଜି ଜୟନ୍ତୀ ପାଳିତ ହେଉଛି। ଭାରତରେ ମୋଗଲ ସାମ୍ରାଜ୍ୟ ବିସ୍ତାରକୁ ରୋକିବାରେ ସେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲେ। ହଳଦିଘାଟ ଏବଂ ଦେୱେର ଯୁଦ୍ଧରେ ତାଙ୍କର ପରାକ୍ରମ ପାଇଁ ମହାରାଣା ପ୍ରତାପ ଚିରସ୍ମରଣୀୟ। ଆଜି ତାଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ପ୍ରତି ଗଭୀର ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
More Stories
୪ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କଲେ ରାଷ୍ଟ୍ରପତି…..
ଫାସ୍ଟ୍ୟାଗ୍ ନ ଲଗାଇଲେ ହେବେ କଳାତାଲିକାଭୁକ୍ତ….
ୟୁକ୍ରେନ ଉପରେ ରୁଷର ୭୦୦ ଡ୍ରୋନ ମାଡ଼…..