ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଖୁବଶୀଘ୍ର ଭାରତରେ ୨ରୁ ୧୮ ବର୍ଷ ପିଲାଙ୍କ ଉପରେ ଟିକାର କ୍ରିନିକାଲ୍ ଟ୍ରାଏଲ୍ କରିବ ଭାରତ ବାୟୋଟେକ୍ । ଏହି ବର୍ଗର ପିଲାଙ୍କ ଉପରେ କୋଭାକ୍ସିନ୍ ଟିକାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ କ୍ରିନିକାଲ୍ ଟ୍ରାଏଲ୍ ପାଇଁ ଅନୁମତି ଦେଇଛି ସବଜେକ୍ଟ ଏକ୍ସପର୍ଟ କମିଟି । ଦିଲ୍ଲୀ ଏମ୍ସ, ଏମ୍ସ ପାଟଣା, ନାଗପୁରର ମେଡିଟ୍ରିନା ଇନିଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନସେସ୍ ସମେତ ଦେଶର ୫୨୬ଟି ସ୍ଥାନରେ ଟ୍ରାଅଲ୍ କରିବ ଭାରତ ବାୟୋଟେକ୍ । ତେଣୁ ଆଶା କରାଯାଉଛି ଟ୍ରାଏଲ୍ ସଫଳ ହେଲେ ଖୁବଶୀଘ୍ର ପିଲାମାନଙ୍କୁ ମିଳିବ ଭାରତ ବାୟୋଟେକର କୋଭାକ୍ସିନ୍ ଟିକା । ଏବେ ଦେଶେର ୧୮ ବର୍ଷରୁ ଅଧିକ ଲୋକଙ୍କୁ ଟିକାକରଣ ଚାଲିଛି ।






More Stories
ଆମକୁ ଜ୍ଞାନେଶ ନୁହେଁ, ଗଣେଶ ଜୀ କରୁଛନ୍ତି ସାହାଯ୍ୟ…..
ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା…..
ୟୁପି ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ ଘୋଷଣା କଲା ଭାଜପା…..