ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭୁବନେଶ୍ୱର ମହାନଗର ନିଗମର କମିଶନର ପ୍ରେମ୍ଚନ୍ଦ୍ର ଚୌଧୁରୀଙ୍କୁ ବଦଳି କରାଯାଇଛି । ତାଙ୍କ ସ୍ଥାନରେ ସଞ୍ଜୟ କୁମାର ସିଂହକୁ ବିଏମ୍ସି କମିଶନର ଭାବେ ନିଯୁକ୍ତ କରାଯାଇଛି | ଏହାସହ ତାଙ୍କୁ ଭୁବନେଶ୍ୱର ସ୍ମାର୍ଟ ସିଟି ସିଇଓ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱ ମିଳିଛି। ସଞ୍ଜୟ କୁମାର ସିଂ ଏବେ ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗ ସଚିବ ଅଛନ୍ତି। ଶ୍ରୀ ସିଂହ ହେଉଛନ୍ତି ୧୯୯୭ ବ୍ୟାଚ୍ର ଆଇଏଏସ୍ ଅଫିସର। ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ଜିଏ ବିଭାଗର ଓଏସ୍ଡି ଭାବେ ନିଯୁକ୍ତ ହୋଇଛନ୍ତି । ସେହିପରି ହେମନ୍ତ ଶର୍ମାଙ୍କୁ ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ଅତିରିକ୍ତ ଦାୟିତ୍ୱ, ବିଷ୍ଣୁପଦ ସେଠୀଙ୍କୁ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଅତିରିକ୍ତ ଦାୟିତ୍ୱ, ଡ. କ୍ରିଷନ କୁମାରଙ୍କୁ ଇଡ୍କୋ ସିଏମ୍ଡି ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି।






More Stories
ବନ୍ୟା ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ…..
ବ୍ୟବସାୟୀଙ୍କୁ ଅପହରଣ ଘଟଣା:୫୦ ଲକ୍ଷ ପାଇଁ ହୋଇଥିଲା ଷଡ଼ଯନ୍ତ୍ର……
ବ୍ୟବସାୟୀ ଅପହରଣ ମାମଲା: ପୋଲିସ-ସାମ୍ବାଦିକ ଗିରଫ…..