Report Card Odisha

| Daily Odia News

ଲକଡାଉନ୍‌ କରିବାକୁ କେନ୍ଦ୍ର ସରକାରଙ୍କୁ ପରାମର୍ଶ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦେଶରେ ଦୈନିକ ସଂକ୍ରମଣ ୩ ଲକ୍ଷ ଅତିକ୍ରମ କରୁଛି | ତେବେ ଦେଶରେ କରୋନା ସଂକ୍ରମଣର ଦୈନିକ ହାର କିଛି ମାତ୍ରାରେ କମିଛି ସତ ହେଲେ ମୃତ୍ୟୁ ସଂଖ୍ୟା ଚିନ୍ତା ବଢାଇଛି । କରୋନାରେ ଅଧିକ ପ୍ରଭାବିତ ଜିଲ୍ଲାରେ ଲକଡାଉନ୍‌ ଆବଶ୍ୟକ ରହିଛି। ଦେଶରେ ଯେଉଁ ଜିଲ୍ଲା ଗୁଡ଼ିକରେ ସଂକ୍ରମିତଙ୍କ ସଂଖ୍ୟା ୧୦ ପ୍ରତିଶତରୁ ଅଧିକ ସେଠି ୬ରୁ ୮ ସପ୍ତାହ ଲକଡାଉନ୍‌ ଦରକାର। ଆଜି ଏଭଳି କିଛି କହିଛନ୍ତି ଆଇସିଏମଆର ଡିଜି ଡାକ୍ତର ବଳରାମ ଭାର୍ଗବ। ଏବେ ସାରା ଦେଶର ୭୧୮ ଜିଲ୍ଲାରେ ୧୦ ପ୍ରତିଶତ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଯେଉଁଥିରେ ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ ଭଳି ସହର ରହିଛନ୍ତି। ତାସହ ଯେଉଁ ସବୁ ରାଜ୍ୟରେ ଲକଡାଉନ୍‌ ହେଉଛି ସେଠି ଲମ୍ବା ସମୟ ଧରି କଟକଣା ଲାଗିବା ଜରୁରୀ, ଏହା ହେଲେ ହିଁ ସଂକ୍ରମଣକୁ ରୋକା ଯାଇପାରିବ ବୋଲି କହିଛନ୍ତି ଡାକ୍ତର ଭାର୍ଗବ। ତେବେ ୧୦ ପ୍ରତିଶତରୁ କମ ସଂକ୍ରମିତ ଥିବା ଜିଲ୍ଲାରେ କିନ୍ତୁ ଲକଡାଉନ୍‌ର ଆବଶ୍ୟକତା ନାହିଁ ବୋଲି ଦୋହରାଇଛନ୍ତି ସେ। ହେଲେ କଟକଣାକୁ କଡ଼ାକଡ଼ି କରିବାକୁ ସେ ପରାମର୍ଶ ଦେଇଛନ୍ତି। ଦେଶରେ ଏବେ ପ୍ରାୟ ସମସ୍ତ ରାଜ୍ୟରେ ଲକଡାଉନ୍ ଲାଗୁ ହୋଇଛି। କରୋନା ମୁକାବିଲା ପାଇଁ ମହାରାଷ୍ଟ୍ର, ଦିଲ୍ଲିରେ ଲକଡାଉନ୍‌ ଅବଧିକୁ ବଢ଼ାଯାଇଥିବା ବେଳେ ତେଲେଙ୍ଗାନାରେ ୧୦ ଦିନିଆ ଲକଡାଉନ୍‌ ଆଜିଠୁ ଆରମ୍ଭ ହୋଇଛି।

 

 

Breaking News