ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶର ପ୍ରମୁଖ ଭାଇରୋଲଜିଷ୍ଟ ଶାହିଦ ଜମିଲ କେରୋନା ବୈଜ୍ଞାନିକ ପରାମର୍ଶଦାତା ଫୋରମରୁ ଇସ୍ତଫା ଦେଇଛନ୍ତି। କରୋନା ଭୂତାଣୁର ଜିନୋମିକ୍ ଭାରିଆଣ୍ଟ ଚିହ୍ନଟ କରିବା ଲାଗି କେନ୍ଦ୍ର ସରକାର ଗଠନ କରିଥିବା ଭାରତୀୟ ସାର୍ସ କୋଭ-୨ ଜିନୋମିକ୍ସ କନ୍ସର୍ଟିଆ (ଆଇଏନଏସଏସିଓଜି)ର ମୁଖ୍ୟ ପରାମର୍ଶଦାତା ଥିଲେ ଶାହିଦ ଜମୀଲ । ତେବେ ତାଙ୍କ ଇସ୍ତଫା ପଛର କାରଣ ଏଯାଏ ସ୍ପଷ୍ଟ ହୋଇନାହିଁ। ଅଶୋକା ବିଶ୍ଵବିଦ୍ୟାଳୟର ତ୍ରିବେଦୀ ସ୍କୁଲ ଅଫ୍ ବୟୋସାଇନ୍ସେସ୍ର ନିର୍ଦେଶକ ଥିବା ବରିଷ୍ଠ ଭାଇରୋଲୋଜିଷ୍ଟ ଶାହିଦ ଜମୀଲ ଉକ୍ତ ଫୋରମରୁ ବାହାରି ଆସିଛନ୍ତି । କରୋନାର ୨ୟ ଲହାରକୁ ସରକାର ଯେଉଁଭଳି ଭାବେ ପରିଚାଳନା କରିଛନ୍ତି ତାହାକୁ ନେଇ ଜମୀଲ ଅସନ୍ତୁଷ୍ଟ ଥିଲେ। ଦେଶରେ କରୋନା ଭୂତାଣୁର ନୂଆ ଷ୍ଟ୍ରେନ୍କୁ ଠାବ କରିବା ଲାଗି ଚଳିତବର୍ଷ କେନ୍ଦ୍ର ସରକାର ଆଇଏନଏସଏସିଓଜି ଗଠନ କରିଥିଲେ। ଏହି ଫୋରମ୍ ଅଧୀନରେ ୧୦ଟି ପରୀକ୍ଷାଗାର ରହିଛି, ଯେଉଁଠି କରୋନା ଭୂତାଣୁର ନୂଆ ଭାରିଆଣ୍ଟ ଏବଂ ଜିନୋମ ଉପରେ ଅଧ୍ୟୟନ କରାଯାଉଛି।






More Stories
ରାଜନାଥ ସିଂହଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ…..
ଦାୟିତ୍ୱ ଗ୍ରହଣ କଲେ ନୂଆ ସ୍ଥଳସେନା ମୁଖ୍ୟ…..
ଆଫଗାନିସ୍ତାନ ଉପରେ ଆକ୍ରମଣ ,୩୬ ମୃତ…..