Report Card Odisha

| Daily Odia News

ମମତାଙ୍କ ସରକାରର ମନ୍ତ୍ରୀ ତଥା ବିଧାୟକଙ୍କୁ ଉଠାଇ ନେଲା ସିବିଆଇ…..

ରିପୋର୍ଟ କାର୍ଡ / କୋଲକାତା

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଆଉ ଏକ ବଡ଼ ଝଟକା | ପୁଣି ନାରଦା ସ୍କାମର ତଦନ୍ତ ପୁଣି ଆରମ୍ଭ ହୋଇଛି । ଏହି ମାମଲାରେ ମମତାଙ୍କ ସରକାରର  ଫିରହଦ ହାକିମଙ୍କ ସହ ଅନ୍ୟତମ ମନ୍ତ୍ରୀ ସୁବ୍ରତ ମୁଖାର୍ଜୀ, ବିଧାୟକ ମଦନ ମିତ୍ର ଏବଂ କୋଲକାତାର ପୂର୍ବତନ ମେୟର ଶୋଭନ ଚାଟାର୍ଜୀଙ୍କୁ ସିବିଆଇ ଆଜି ସକାଳୁ ଉଠାଇ ନେଇଛି। ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି କିଛିଦିନ ପୂର୍ବରୁ ରାଜ୍ୟପାଳ ଜଗଦୀପ ଧନକର ଅନୁମତି ଦେଇଥିଲେ। ଫିରହଦ ଓ ଶୋଭନଙ୍କୁ ସେମାନଙ୍କ ବାସଭବନରୁ ସିବିଆଇ ଉଠାଇ ନେଇଥିବା ଜଣାପଡ଼ିଛି । ସେପଟେ ସିବିଆଇ ପକ୍ଷରୁ ଏହି ନେତାଙ୍କ ବାସଭବନରେ ଚଢାଉ ମଧ୍ୟ ଜାରି ରହିଛି । ବିଧାନସଭା ନିର୍ବାଚନ ପୂର୍ବରୁ ଶୋଭନ ଟିଏମସି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ହେଲେ ସେଠାରେ ତାଙ୍କୁ ଟିକେଟ ନ ମିଳିବାରୁ ସେ ପୁଣି ବିଜେପି ଛାଡ଼ି ଦେଇଥିଲେ। ଏଠାରେ କହିରଖୁଛୁ ଯେ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଗତ ୫ ତାରିଖରେ ଶପଥ ନେଇଥିଲେ ମମତା ବାନାର୍ଜୀ। କୋଭିଡ୍ କଟକଣା ଭିତରେ ମମତା କୋଲକାତା ରାଜଭବନରେ ଶପଥ ନେଇଥିଲେ। ରାଜ୍ୟର ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେଇଛନ୍ତି ମମତା। କୋଲକାତା ରାଜଭବନରେ ସ୍ୱଳ୍ପ ଅତିଥିଙ୍କ ଉପସ୍ଥିତିରେ ଏହି ଶପଥ ଗ୍ରହଣ ଉତ୍ସବ ହୋଇଥିଲା। ରାଜ୍ୟପାଳ ଜଗଦୀପ ଧନକର ମମତାଙ୍କୁ ଶପଥପାଠ କରାଇଥିଲେ।

Breaking News