Report Card Odisha

| Daily Odia News

କରୋନାଠାରୁ ଆହୁରି ଭୟଙ୍କର ହେଉଛି ବ୍ଲାକ ଫଙ୍ଗସ୍,ଦେଶରେ ୭୨୫୧ ରୋଗୀ ଚିହ୍ନଟ, ୨୧୯ ମୃତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦେଶରେ କରୋନା ସ୍ଥିତି ବିଗଡିଥିବା ବେଳେ ଏବେ ଆଉ ଏକ ମହାମାରୀ ବ୍ଲାକ ଫଙ୍ଗସ୍ ଦ୍ରୁତ ଗତିରେ ମାଢି ଆସୁଛି । ଏହା କରୋନାଠାରୁ ଆହୁରି ଭୟଙ୍କର ହେଉଛି ବ୍ଲାକ ଫଙ୍ଗସ୍ । କରୋନାରୁ ସୁସ୍ଥ ହୋଇଥିବା ଓ ମଧୁମେହ ରୋଗୀଙ୍କ କ୍ଷେତ୍ରରେ ଏହି ସଂକ୍ରମଣ ବେଶୀ ରହିଛି । ଏଥିରେ ୧୨୬ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇସାରିଲାଣି । କେବଳ ବ୍ଲାକ ଫଙ୍ଗସ୍ ୯୦ ଜଣଙ୍କ ଜୀବନ ନେଇଛି । କରୋନା ଦ୍ୱାରା ଅଧିକ କ୍ଷତିଗ୍ରସ୍ତ ହୋଇଛି ମହାରାଷ୍ଟ୍ର । ଆଉ ଏବେ ପୁଣି ବ୍ଲାକ ଫଙ୍ଗସ୍ ଅଧିକରୁ ଅଧିକ ଲୋକଙ୍କୁ ଆକ୍ରାନ୍ତ କରିବା ସହ ସମସ୍ତଙ୍କ ପାଇଁ ନୂଆ ବିପଦ ସୃଷ୍ଟି କରିଛି ।ମହାରାଷ୍ଟ ପରେ ପରେ ବ୍ଲାକଫଙ୍ଗସ୍ ଦ୍ୱାରା ୧୪ଜଣ ଲୋକ ହରିଆଣାରେ ପ୍ରାଣ ହରାଇଛନ୍ତି । ସେହିଭଳି ଉତ୍ତରପ୍ରଦେଶରେ ଏଥିରେ ଆକ୍ରାନ୍ତ ହୋଇ ୮ଜଣଙ୍କର ମୃତ୍ୟୁ ହୋଇ ସାରିଛି । ଝାଡ଼ଖଣ୍ଡରେ ୮ଜଣ, ମଧ୍ୟପ୍ରଦେଶରେ ୨ଜଣ, ଛତିଶଗଡ଼ରେ ୨ଜଣ, ବିହାର , ଆସାମ , ଓଡ଼ିଶା ଓ ଗୋଆରେ ଜଣେ ଲେଖାଏ ବ୍ଲାକ ଫଙ୍ଗସ୍‌ରେ ଆକ୍ରାନ୍ତ ହୋଇ ମୃତ୍ୟୁ ହୋଇଛି । ବ୍ଲାକ ଫଙ୍ଗସ୍ ରୋଗୀଙ୍କ ସଂଖ୍ୟା ହିସାବ କରିଲେ ଏଯାଏ ୫,୫୦୦ ଜଣ ଲୋକ ଆକ୍ରାନ୍ତ ହୋଇସାରିଲେଣି । ମୃତକଙ୍କ ସଂଖ୍ୟାରେ ମହାରାଷ୍ଟ୍ର ସବୁଠୁ ଆଗରେ ରହିଛି । ମହାରାଷ୍ଟ୍ର ଓ ଗୁଜୁରାଟରେ ୧୫ଶହ ଲୋକ ବ୍ଲାକ୍ ଫଙ୍ଗସ୍ ଆକ୍ରାନ୍ତ ହୋଇଛନ୍ତି । ସେହିଭଳି ତେଲେଙ୍ଗାନାରେ ୭୦୦, ମଧ୍ୟପ୍ରଦେଶରେ ୫୭୩, ଦିଲ୍ଲୀରେ ୨୦୦ , ରାଜସ୍ଥାନରେ ୧୦୦, ଝାରଖଣ୍ଡରେ ୩୦ ଓ ଓଡ଼ିଶାରେ ୧୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବ୍ଲାକ ଫଙ୍ଗସ୍ ରୋଗୀଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ବିଭିନ୍ନ ରାଜ୍ୟରେ ଏହାର ଚିକିତ୍ସା ପାଇଁ ଆଣ୍ଟି ଫଙ୍ଗସ୍ ଇଞ୍ଜେକସନ୍ ଅଭାବ ହୋଇଛି । ଏନେଇ କେନ୍ଦ୍ର ନିକଟରେ ସହାୟତା ଦାବି ହୋଇଛି ।

Breaking News