Report Card Odisha

| Daily Odia News

ଭାରତରେ ୫୦ପ୍ରତିଶତ ଲୋକ ମୁହଁରେ ପିନ୍ଧୁନାହାନ୍ତି ମାସ୍କ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଭାରତରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଲୋକେ ସଚେତନ ହେଉନାହାନ୍ତି | ବର୍ତ୍ତମାନ ଭାରତରେ ୫୦% ଲୋକ ମୁହଁରେ ମାସ୍କ ପିନ୍ଧୁନଥିବା ନିକଟରେ କରାଯାଇଥିବା ଏକ ସର୍ଭେରୁ ଜଣାଯାଇଛି। ଏଥିସହିତ ମାସ୍କ ପିନ୍ଧୁଥିବା ଅବଶିଷ୍ଟ ୫୦ ପ୍ରତିଶତଙ୍କ ମଧ୍ୟରୁ ପ୍ରତି ୧୦୦ ଜଣରେ ୭ ଜଣ ବା୧୪% ଲୋକ ଠିକ୍‍ ଭାବରେ ମାସ୍କ ପିନ୍ଧିଥାନ୍ତି। କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଏହି ସର୍ବେକ୍ଷଣ ରିପୋର୍ଟ ସର୍ବସାଧାରଣରେ ପ୍ରକାଶ କରିଛନ୍ତି। କୋଭିଡ-୧୯ ମହାମାରୀ ସମ୍ପର୍କରେ ନିୟମିତ ତଥ୍ୟ ଉପସ୍ଥାପନ କରିବା ଅବସରରେ ସେ କହିଥିଲେ, ଦେଶରେ ମାସ୍କ ପିନ୍ଧୁଥିବା ୫୦ ଭାଗ ଲୋକଙ୍କ ମଧ୍ୟରୁ ମାତ୍ର ୧୪% ତାହାକୁ ଠିକ୍‍ ଭାବରେ ପିନ୍ଧୁଥିବାବେଳେ ଅନ୍ୟମାନେ ତାହାକୁ ନାକ ତଳକୁ ପାଟି ଉପରକୁ ଅଥବା ପାଟି ତଳକୁ ଖସାଇଦେଇ ବେକ ପାଖରେ ଝୁଲାଇ ରଖିଥାନ୍ତି। କୋଭିଡ-୧୯ ମହାମାରୀ ମୁକାବିଲା ନିମନ୍ତେ ମାସ୍କ ଠିକ୍‍ ଭାବରେ ପିନ୍ଧିବା ଜରୁରୀ ହୋଇଥିବାବେଳେ ଜନସାଧାରଣଙ୍କର ଏଭଳି ବେପରୁଆ ଭାବ ସରକାରଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି। ଯୁଗ୍ମ ସଚିବ କହିଛନ୍ତି, ଜଣେ ବ୍ୟକ୍ତି ଯଦି ଶାରୀରିକ ଦୂରତା ବଜାୟ ନରଖନ୍ତି, ତେବେ ସେ ମାସକ ମଧ୍ୟରେ ୪୦୬ ଜଣଙ୍କୁ ସଂକ୍ରମିତ କରିବେ।

Breaking News