Report Card Odisha

| Daily Odia News

କୋଭିଡ୍‌ ନିୟମ ଉଲ୍ଲଂଘନ କରି ଅଡୁଆରେ ବ୍ରାଜିଲ୍‌ ରାଷ୍ଟ୍ରପତି…..

FILE PHOTO: Brazil's President Jair Bolsonaro adjusts his protective face mask during the inauguration ceremony of the new Communications Minister Fabio Faria (not pictured) at the Planalto Palace, in Brasilia, Brazil June 17, 2020. REUTERS/Adriano Machado/File Photo

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କରୋନା ସଂକ୍ରମକୁ ମାତ ଦେବା ପାଇଁ ପ୍ରାୟ ଜାଗାରେ କରୋନା କଟକଣା ଜାରିକରାଯାଇଛି | ଏହି କୋଭିଡ୍‌ ନିୟମ ଉଲ୍ଲଂଘନ କରି ଅଡୁଆରେ ବ୍ରାଜିଲ୍‌ ରାଷ୍ଟ୍ରପତି । ଏକ ସାଧାରଣ କାର୍ଯ୍ୟକ୍ରମରେ କୋଭିଡ୍‌ ନିୟମ ଉଲ୍ଲଂଘନ କରିବାରୁ ରାଷ୍ଟ୍ରପତି ଜାୟର ବୋଲସୋନାରୋଙ୍କୁ ଜୋରିମାନା ଦେବାକୁ ପଡିବ। ଏ ନେଇ ମାରାନହୋର ରାଜ୍ୟପାଳ କହିଛନ୍ତି ଯେ ବ୍ରାଜିଲ କୋଭିଡ-୧୯ ମହାମାରୀକୁ ରୋକିବା ପାଇଁ ସଂଘର୍ଷ କରୁଛି। ଏହା ମଧ୍ୟରେ ରାଷ୍ଟ୍ରପତିଙ୍କ ଏଭଳି କାର୍ଯ୍ୟ ନିଶ୍ଚିତ ଭାବେ ନିନ୍ଦନୀୟ। ସୂଚନା ଅନୁଯାୟୀ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ବୋଲସୋନାରୋଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ଏହି ନିୟମ ସମସ୍ତଙ୍କ ପାଇଁ ପ୍ରଯୁଜ୍ୟ ବୋଲି ଉତ୍ତର- ପୂର୍ବ ରାଜ୍ୟପାଳ ଫ୍ଲାଭିଓ ଡିନୋ ଟୁଇଟ୍ କରି କହିଛନ୍ତି । ଡିନୋ ଜନସାଧାରଣଙ୍କୁ କହିଛନ୍ତି ଯେ ତାଙ୍କ ରାଜ୍ୟରେ ୧୦୦ ରୁ ଅଧିକ ଲୋକଙ୍କ ସମାବେଶ ନିଷେଧ ଏବଂ ଫେସ୍ ମାସ୍କ ବ୍ୟବହାର ବାଧ୍ୟତା ମୂଳକଅଟେ |

Breaking News