Report Card Odisha

| Daily Odia News

କରୋନା ଚେନ୍ ଭାଙ୍ଗିବା ପାଇଁ ଗାଁ ଓ ୱାର୍ଡ ରେ କରୋନା ମୁକ୍ତ ଅଭିଯାନ ଆରମ୍ଭ କଲେ ଯୋଗୀ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କରୋନା ସଂକ୍ରମଣ ରୋକିବା ପାଇଁ ଅଭିଯାନ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି । ଗାଁ ତଥା ସହରାଞ୍ଚଳ ୱାର୍ଡରେ ‘ମୋ ଗାଁ, କରୋନା ମୁକ୍ତ ଗାଁ’ ଏବଂ ‘ମୋ ୱାର୍ଡ କରୋନା ମୁକ୍ତ ୱାର୍ଡ’ ଅଭିଯାନ କରିବାକୁ ସେ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରତ୍ୟେକ ଜିଲ୍ଲାରେ ସର୍ବୋତ୍ତମ କାର୍ଯ୍ୟ କରୁଥିବା ତିନୋଟି ଗାଁ ଏବଂ ତିନୋଟି ୱାର୍ଡକୁ ପୁରସ୍କାର ପ୍ରଦାନ କରାଯିବ । ଏଥିସହ ବିକାଶମୂଳକ କାର୍ଯ୍ୟ ପାଇଁ ସରକାର ଏହିପରି ଗାଁ ଏବଂ ୱାର୍ଡକୁ ଅତିରିକ୍ତ ଅର୍ଥ ପ୍ରଦାନ କରିବେ । କରୋନାରେ ରୋକ ଲଗାଇବା ପାଇଁ ହୋଇଥିବା ସମୀକ୍ଷା ବୈଠକରେ ଯୋଗୀ ସରକାର ଏପରି ନିର୍ଦ୍ଦେଶ ଦେଇଛନ୍ତି । ଗାଁରେ ବୃହତ୍ ଟେଷ୍ଟିଂ ଅଯିଯାନ ସଂକ୍ରମଣ ସ୍ଥିତିକୁ ସାମାନ୍ୟ କରିଛି । ଆଇଆରଟି ଟିମର ପରିଶ୍ରମର ଫଳ ମିଳିଛି । ଦେଶରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହାକୁ ମିଶନ ରୂପେ ଆରମ୍ଭ କରିବା ଉଚିତ୍ । ସମସ୍ତ ଗାଁରେ ସଚେତନା ବୃଦ୍ଧି କରିବା ପାଇଁ ପ୍ରୟାସ କରାଯିବା ଉଚିତ୍ । କରୋନା ମୁକ୍ତ ଗାଁର ସନ୍ଦେଶ ସମସ୍ତ ଗ୍ରାମବାସୀଙ୍କ ନିକଟରେ ପହଞ୍ଚାଇବାକୁ ପଡିବ । ରାଜ୍ୟର ‘ମୋ ଗାଁ, କରୋନା ମୁକ୍ତ ଗାଁ’ ଅନୁସାରେ ପୋଲିସ ବିଭାଗ ‘ମୋ ଲାଇନ, କରୋନା ମୁକ୍ତ ଲାଇନ’ ପାଇଁ ସଂଙ୍କଳ୍ପ ନେଇଛନ୍ତି । ଏହି ପ୍ରୟାସ ପ୍ରେରଣାଦାୟକ ଅଟେ, ସମସ୍ତଙ୍କ ସହଯୋଗରେ ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣ ସମ୍ଭବ ହୋଇପାରିଛି । କରୋନାକୁ ଦୂର କରିବା ପାଇଁ ମେଡିକାଲ କର୍ମଚାରୀ, ପୋଲିସ କର୍ମଚାରୀ, ପରିମଳ କର୍ମଚାରୀ, ଅଙ୍ଗନୱାଡି କର୍ମୀ, ଆଶା ଭଉଣୀଙ୍କ ସମେତ ରାଜ୍ୟର ପ୍ରତ୍ୟେକ ନାଗରିକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ଯୋଗୀ ଆଦିତ୍ୟନାଥ। ସେହିପରି ସଙ୍କଟ ବେଳେ ବଡ଼ ନିଷ୍ପତ୍ତି ନେଇଛନ୍ତି ଯୋଗୀ ସରକାର । ଚଳିତ ବର୍ଷ ସ୍କୁଲ ଫି ବଢ଼ିବ ନାହିଁ । ରାଜ୍ୟ ଲକଡାଉନରେ ଥିବା ବେଳେ ସରକାର ଲୋକଙ୍କ ଉପରୁ ଅତିରିକ୍ତ ବୋଝ ହାଲୁକା କରିବାକୁ ପଦକ୍ଷେପ ନେଇଛନ୍ତି । ସରକାର ଆଗାମୀ ଶିକ୍ଷାବର୍ଷ (୨୦୨୧-୨୦୨୨) ପାଇଁ ସ୍କୁଲ ଫି ବୃଦ୍ଧି ଉପରେ ପ୍ରତିବନ୍ଧକ ଲଗାଇଥିବା କହିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଦିନେଶ ଶର୍ମା । କରୋନାର ଦ୍ୱିତୀୟ ଲହରୀ ଚାଲିଥିବା ବେଳେ ଅନେକ ପରିବାର ଆର୍ଥିକ ଭାବେ ପ୍ରଭାବିତ ହେଉଛନ୍ତି । ସ୍କୁଲ ବନ୍ଦ ଥିବା ବେଳେ ଏବେ ଅନଲାଇନ୍ କ୍ଲାସ କରୁଛନ୍ତି ଛାତ୍ରଛାତ୍ରୀ । ସାଧାରଣ ଜନତାଙ୍କ ଉପରେ ଅତିରିକ୍ତ ବୋଝ ନଦେବା ପାଇଁ ଏପରି ପରିସ୍ଥିତିରେ ସରକାର ସନ୍ତୁଳିତ ନିଷ୍ପତ୍ତି ନେଇଥିବା କହିଛନ୍ତି ଦିନେଶ ଶର୍ମା |

 

 

 

Breaking News