ରିପୋର୍ଟ କାର୍ଡ / ଭୁବନେଶ୍ୱର / କୋଲକାତା
ବାତ୍ୟା ୟସ୍ କାରଣରୁ ଭୁବନେଶ୍ୱର ଓ କୋଲକାତା ବିମାନ ବନ୍ଦରରୁ ବିମାନ ଉଡାଣ ସାମୟିକ ଭାବେ ବନ୍ଦ ରଖାଯାଇଥିଲା | ପୁଣି ଭୁବନେଶ୍ୱର ଓ କୋଲକାତାରୁ ବିମାନ ଉଡାଣ ଆରମ୍ଭ ହୋଇଛି | ବାତ୍ୟା ଉପକୂଳ ଅତିକ୍ରମ କରି ଝାଡଖଣ୍ଡ ମୁହାଁ ହେବାପରେ କୋଲକାତାସ୍ଥିତ ନେଜାତୀ ସୁଭାଷ ଚନ୍ଦ୍ର ବୋଷ ଆନ୍ତର୍ଜାତିକ ବିମାନ ବନ୍ଦରରୁ ବୁଧବାର ସଂଧ୍ୟା ୬.୩୦ରେ ବିମାନ ସେବା ଆରମ୍ଭ କରାଯାଇଛି। ସେହିଭଳି ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ବୁଧବାର ସଂଧ୍ୟା ୭ଟାରେ ବିମାନ ଉଡାଣ ଆରମ୍ଭ ହୋଇଛି। ଇତିମଧ୍ୟରେ ୟସ୍ରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବା ସହିତ ସଡକ, ବିଦ୍ୟୁତ ସଂଯୋଗ ଆଦି ଅତ୍ୟାବଶ୍ୟକ ସେବା ଶୀଘ୍ର ସ୍ୱାଭାବିକ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
More Stories
ଅସ୍ଥାୟୀ କର୍ମଚାରୀଙ୍କ ଦରମା ବୃଦ୍ଧି…..
ଗୃହରେ ପ୍ରବଳ ହଟ୍ଟଗୋଳ,ସାଢେ ୧୧ଟା ଯାଏଁ ମୁଲତବୀ…..
କଳ୍ପନା ଏବଂ ମ୍ୟୁଜିୟମ୍ ଛକରେ ନିର୍ମାଣ ହେବ ଫ୍ଲାଏଓଭର୍…..