ରିପୋର୍ଟ କାର୍ଡ / ଭୁବନେଶ୍ୱର
ମେଷ: ଭାଗ୍ୟଶାଳୀ ହୋଇ ପାରନ୍ତି। ଭୋଗ ବିଳାସରେ ଦିନଟି ଅତିବାହିତ ହୋଇପାରେ। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ। ବିଦ୍ବାନ୍, ସାହସୀ ଓ ସମ୍ପତ୍ତିବାନ୍ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଉଦ୍ୟୋଗୀ ହେବେ।
ବୃଷ: ଧନକ୍ଷୟ ହେବାର ସୂଚନା ମିଳୁଛି। ଈର୍ଷା ପରାୟଣ ହେବାକୁ ବାଧ୍ୟ ହୋଇ ପାରନ୍ତି। ସ୍ବାଭିମାନୀ ହେବେ। ସହଯୋଗୀ ବ୍ୟବସାୟରୁ ଲାଭ ମିଳିପାରେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ସତର୍କତାର ଦିନ।
ମିଥୁନ: ବିଭିନ୍ନ ସ୍ତରରୁ ସହଯୋଗର ହାତ ଲମ୍ବି ଆସିବ। ବ୍ୟବସାୟ ଲାଭଜନକ ହେବ। ସମାଜସେବାରେ ନିଜକୁ ନିୟୋଜିତ କରିପାରନ୍ତି। ସ୍ବ-କାର୍ଯ୍ୟ ପାଇଁ ଗର୍ବିତ ହେବେ। ଶାନ୍ତି ଓ ଧୈର୍ଯ୍ୟବାନ୍ ହେବେ। ପତ୍ନୀଙ୍କ ପରାମର୍ଶରେ ଚଳିବେ।
କର୍କଟ: ଦୁଃସାହସିକ କାର୍ଯ୍ୟକରି ପ୍ରଶଂସିତ ହେବେ। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ରହିବେ। ଶକ୍ତିମାନ ଓ ଶତ୍ରୁହନ୍ତା ହୋଇ ପାରନ୍ତି। ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରଶଂସା ଭାଜନ ହେବେ।
ସିଂହ: କର୍ମଚଞ୍ଚଳ ରହିବେ। କନ୍ୟା ସନ୍ତାନ ଦ୍ବାରା ଉପକୃତ ହେବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ତନ୍ତ୍ର-ମନ୍ତ୍ରାଦି ଗୁପ୍ତ ବିଦ୍ୟା ପ୍ରତି ରୁଚି ରହିବ। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ। ବ୍ୟବସାୟ ଲାଭଜନକ ହେବ।
କନ୍ୟା: କର୍ମକ୍ଷେତ୍ରରେ ପ୍ରାଧାନ୍ୟ ରହିବ। ଉଦାର ପ୍ରକୃତିର ହେବେ। ଦାନଶୀଳ ହୋଇପାରନ୍ତି। ସୁଖୀ ହେବେ। ଶୋଭନ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ। ସୁସ୍ଥ ଓ ନିରାମୟ ରହିବେ। ପ୍ରେମୀ ଓ ବୁଦ୍ଧିମାନ୍ ହେବେ। କୃଷିରୁ ଲାଭ ମିଳିବ।
ତୁଳା: ସାମାଜିକ ସ୍ତରରେ ଆଦର ସମ୍ମାନ ମିଳିପାରେ। ମନ ପ୍ରସନ୍ନ ରହିବ। ଈଶ୍ବର ବିଶ୍ବାସୀ ହେବେ। ମଧୁରଭାଷୀ ହୋଇ ପାରନ୍ତି। ଥଣ୍ଡା କଫଜନିତ ସାମାନ୍ୟ କ୍ଲେଶ ଭୋଗ କରିପାରନ୍ତି। ସାହସୀ ହେବେ।
ବିଛା: ଧାର୍ଯ୍ୟ ଲକ୍ଷ୍ୟରେ ଉପନୀତ ହୋଇ ପାରନ୍ତି। ଭାଗ୍ୟଶାଳୀ ହେବେ। ଆଦର୍ଶ ବ୍ୟକ୍ତିତ୍ବ ଯୁକ୍ତ ହେବେ। ମଧୁର ଭାଷୀ, ସହନଶୀଳ ଓ ଶାନ୍ତିପ୍ରିୟ ହେବେ। ବିଦ୍ୟାପ୍ରେମୀ ହେବେ। ମିତ୍ର ସୁଖ ମିଳିବ। କୌଶଳୀ ହେବେ।
ଧନୁ: ସ୍ବାଧୀନଚେତା ହେବେ। ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ରଣକ୍ଷେତ୍ରରେ ପାରଙ୍ଗମ ହେବେ। ମାଲି-ମୋକଦ୍ଦମାରେ ବିଜୟୀ ହେବେ। ଧନଲାଭ ହେବ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ସୁସ୍ଥ ରହିବେ। ନୂଆ ବନ୍ଧୁ ଭେଟିପାରନ୍ତି।
ମକର: ଚିନ୍ତାଗ୍ରସ୍ତ ହୋଇପାରନ୍ତି। ଖର୍ଚ୍ଚାନ୍ତ ହେବାର ସୂଚନା ମିଳୁଛି। କର୍ମ ଚଞ୍ଚଳ ରହିବେ। ଥଣ୍ଡା କଫଜନିତ ସାମାନ୍ୟ ପୀଡ଼ା ଭୋଗ କରିପାରନ୍ତି। ଏକାନ୍ତ ପ୍ରିୟ ହେବେ। ମଧୁର କଥା କହି ପରକୁ ଆପଣାର କରିପାରନ୍ତି।
କୁମ୍ଭ: ସୁସ୍ଥ ଓ ନିରାମୟ ଜୀବନ-ଯାପନ କରିପାରନ୍ତି। ଯଶ୍ବସୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ। କର୍ମଚଞ୍ଚଳ ରହିବେ। ମନ ପ୍ରସନ୍ନ ରହିବ। ସରକାରୀ ସ୍ତରରୁ ଧନଲାଭ ସହିତ ସମ୍ମାନିତ ହେବେ। କରିତ୍କର୍ମା ହେବେ।
ମୀନ: କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। କୁଳଉଳକାରୀ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ଦୟାଳୁ ସ୍ବଭାବର ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଯଶ୍ବସୀ ହେବେ। ପାରିବାରିକ ସ୍ନେହ ରହିବ।
More Stories
ସତର୍କ ରହିବେ….
ସରକାରୀ ସହାୟତା ମିଳିବ…..
ସୁସ୍ଥ ଓ ନିରାମୟ ରହିବେ…..