ରିପୋର୍ଟ କାର୍ଡ / ପାଟଣା
ଡ୍ୟୁଟିରେ ଥିବା ବେଳେ ପୋଲିସ କର୍ମଚାରୀମାନେ ମୋବାଇଲ ଫୋନ ଓ କୌଣସି ବୈଦ୍ୟୁତିକ ଯନ୍ତ୍ର ବ୍ୟବହାର କରିପାରିବେ ନାହିଁ। ଏହା ସହିତ କାର୍ଯ୍ୟ ଥିବା ବେଳେ ସୋଶାଲ ମିଡିଆରେ ସକ୍ରିୟ ନରହିବାକୁ ନିର୍ଦ୍ଦେଶ ହୋଇଛି | ବିଶେଷ କରି ଟ୍ରାଫିକ କିମ୍ବା କୌଣସି ଭିଭିଆଇପି କାର୍ଯ୍ୟକ୍ରମରେ ସାମିଲ ଥିବା କର୍ମଚାରୀମାନେ ଏହି ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବେ। ତେବେ ଅତି ଜରୁରୀ ଥିଲେ ମୋବାଇଲ ଫୋନର ବ୍ୟବହାର କରାଯାଇ ପାରିବ। ଏନେଇ ଆଜି ବିହାର ଡିଜିପି ଏସକେ ସିଙ୍ଘାଲ ଏପରି ନିର୍ଦ୍ଦେଶନାମା ଜାରି କରିଛନ୍ତି । ସେ ଏହି ନିର୍ଦ୍ଦେଶନାମାକୁ ସବୁ ଜିଲ୍ଲାରପୋଲିସ ମୁଖ୍ୟଙ୍କ ପାଖକୁ ପଠାଇ ଦେଇଛନ୍ତି। ସେ କହିଛନ୍ତି, ଯଦି କୌଣସି କର୍ମଚାରୀ ଏହି ନିୟମକୁ ଅବଜ୍ଞା କରନ୍ତି, ତା’ହେଲେ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଡ୍ୟୁଟିରେ ଥିବା ପୋଲିସ କର୍ମଚାରୀମାନେ ଅନେକ ସମୟରେ ନିଜ ସ୍ମାର୍ଟଫୋନରେ ବ୍ୟସ୍ତ ରହୁଥିବା ଅଭିଯୋଗ ଆସିଥିଲା। ଏପରି କି ଟ୍ରାଫିକ ସିଗ୍ନାଲରେ ମଧ୍ୟ କର୍ମଚାରୀମାନେ ମଧ୍ୟ ମୋବାଇଲରେ କଥା ହେଉଥିବା ଦେଖିବାକୁ ମିଳିଥିଲା। ଏହାକୁ ଦୃଷ୍ଟିରେ ରଖି ଡିଜିପି ନୂଆ ନିର୍ଦ୍ଦେଶନାମ ଜାରି କରିଛନ୍ତି। ଡ୍ୟୁଟିରେ ଥିବା ଉଭୟ ପୁରୁଷ ଓ ମହିଳା କର୍ମଚାରୀମାନେ ହାଇଆଲର୍ଟରେ ରହିବା ଜରୁରୀ। ସେମାନେ ଲୋକଙ୍କ କଥା ବୁଝିବାକୁ ସବୁବେଳେ ସତର୍କ ହୋଇ ରହିବା ଉଚିତ। ଏହି କାରଣରୁ ଡିଜିପି ମୋବାଇଲ ଫୋନର ବ୍ୟବହାର କରିବାକୁ ବାରଣ କରିଥିବା କୁହାଯାଉଛି। ଉଲ୍ଲେଖ ଯୋଗ୍ୟ- ଏହା ପୂର୍ବରୁ ୨୦୧୯ରେ ରାଜସ୍ଥାନ ସରକାର ଟ୍ରାଫିକ ଓ ଭିଆଇପିଙ୍କ ଡ୍ୟୁଟିରେ ଥିବା କର୍ମଚାରୀମାନେ ମୋବାଇଲ ଫୋନ ବ୍ୟବହାର କରିପାରିବେ ନାହିଁ ବୋଲି କହିଥିଲେ।






More Stories
ଜୀବନ ନେଉଛି SIR…..
ଆସନ୍ତାକାଲି ୧୧ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
ଖଡଗେ-ନଡ୍ଡା ମୁହାଁମୁହିଁ…..