ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କରୋନା ସଂକ୍ରମଣ ସାରା ବିଶ୍ୱକୁ କବଳିତ କରିଛି | ଏଥିରୁ ବର୍ତ୍ତିବା ପାଇଁ ସମସ୍ତେ ଟିକା ନେବା ଏକାନ୍ତ ଆବଶ୍ୟକ | ୧୨ ରୁ ୧୫ ବର୍ଷ ପିଲାଙ୍କ ପାଇଁ ଫାଇଜର ଟିକା ବ୍ୟବହାରକୁ ମଞ୍ଜୁରୀ ମିଳିଥିବା ନେଇ ସୂଚନା ମିଳିଛି | ଏହାକୁ ନେଇ ବ୍ରିଟେନର ନିୟାମକ ସଂସ୍ଥା କହିଛି ଯେ ଆମେ ୧୨ ରୁ ୧୫ ବର୍ଷ ବୟସର ପିଲାମାନଙ୍କ ମଧ୍ୟରେ କ୍ଲିନିକାଲ୍ ଟ୍ରାଏଲ୍ ତଥ୍ୟର ଯତ୍ନର ସହ ସମୀକ୍ଷା କରିଛୁ | ସିଦ୍ଧାନ୍ତ ନେଇଛୁ ଯେ ଫାଇଜର ଟିକା ଏହି ବର୍ଗର ପିଲାଙ୍କ ଲାଗି ନିରାପଦ ଏବଂ ପ୍ରଭାବଶାଳୀ ହେବ । ବ୍ରିଟେନର ଔଷଧ ନିୟାମକ ଶୁକ୍ରବାର ଦିନ କହିଛନ୍ତି ଯେ ଏହା ଫାଇଜର ଏବଂ ବାୟୋନ୍ଟେକ୍ ଦ୍ବାରା ବିକଶିତ କରୋନା ଟିକାକୁ ୧୨ରୁ ୧୫ ବୟସ ପିଲାଙ୍କ ଉପରେ ବ୍ୟବହାର ଲାଗି ମଞ୍ଜୁରୀ ମିଳିଛି।






More Stories
ଭାରତ-ବାଂଲାଦେଶ ତିକ୍ତତା ବୃଦ୍ଧି….
ପ୍ରଦୂଷଣ ଆମ ପାଇଁ ହୋଇଛି : ନୀତିନ ଗଡକରୀ……
ବାଂଲାଦେଶରେ ଘରୁ ବାହାରିବା ଏବଂ ନାମ କହିବାକୁ ଡରୁଛନ୍ତି……