ପୋର୍ଟ କାର୍ଡ / ନୂଆଦିଲ୍ଲୀ
ପଶ୍ଚିମବଙ୍ଗ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଓ ତାଙ୍କ ଭାଇଙ୍କ ବିରୋଧରେ ଥାନାରେ ଚୋରି ଅଭିଯୋଗ କରାଯାଇଛି | ଏ ନେଇ ପାର୍ଟି ପକ୍ଷରୁ ପୋଲିସରେ ବିଧିବଦ୍ଧ ଏତଲା ରୁଜୁ ହୋଇଥିବା ବେଳେ ଶୁଭେନ୍ଦୁ ଅଧିକାରୀ ମଙ୍ଗଳବାର ଦିଲ୍ଲୀଯାଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିବା ନେଇ ଜଣା ପଡିଛି । ଗୃହମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନାର ଫଟୋ ଶୁଭେନ୍ଦୁ ଅଧିକାରୀ ତାଙ୍କ ଟ୍ୱିଟ୍ ହ୍ୟାଣ୍ଡଲରେ ସେୟାର କରିଛନ୍ତି। ଏହି ସାକ୍ଷାତ ଅବସରରେ ସେ କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡବ୍ୟଙ୍କୁ ମଧ୍ୟ ଭେଟିଛନ୍ତି। ବିଜେପି ଜାତୀୟ ସଭାପତି ଜେ.ପି.ନଡ୍ଡାଙ୍କ ସମେତ ସେ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରଖିଛନ୍ତି। ତେବେ ଗୃହମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନାରେ ସେ ରାଜ୍ୟର ବିଭିନ୍ନ ପ୍ରସଙ୍ଗରେ ଚର୍ଚ୍ଚା କରିଥିବା ସୂଚିତ କରିଛନ୍ତି। ଗୃହମନ୍ତ୍ରୀ ବେଙ୍ଗଲ ମାମଲାରେ ସର୍ବଦା ଉପଲବ୍ଧ ରହିବେ ବୋଲି ତାଙ୍କୁ ପ୍ରତିଶ୍ରୁତି ଦେଇଥିବା ଶୁଭେନ୍ଦୁ ତାଙ୍କ ଟ୍ୱିଟ୍ରେ ଉଲ୍ଲେଖ କରିଛନ୍ତି। ଶୁଭେନ୍ଦୁ ଅଧିକାରୀ ଗତ ବିଧାନସଭା ନିର୍ବାଚନ କାଳରେ ସେ ତୃଣମୂଳ ଛାଡି ବିଜେପିରେ ଯୋଗ ଦେଇଥିବା ବେଳେ ତାଙ୍କ ପାରମ୍ପରିକ ଆସନ ନନ୍ଦିଗ୍ରାମରେ ତାଙ୍କୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଚାଲେଞ୍ଜ କରିଥିଲେ। ଶୁଭେନ୍ଦୁ ଅଳ୍ପ ଭୋଟ ବ୍ୟବଧାନରେ ମମତାଙ୍କୁ ପରାସ୍ତ କରି ବିଜୟ ହୋଇଥିଲେ |






More Stories
ଖଡଗେ-ନଡ୍ଡା ମୁହାଁମୁହିଁ…..
ବାରମ୍ବାର ଦେଇପାରିବେନି ଆଇଏଏସ୍,ଆଇପିଏସ୍ ପରୀକ୍ଷା……
ଆଜି ସଂସଦରେ ଅଭିଭାଷଣ ରଖିବେ ପ୍ରଧାନମନ୍ତ୍ରୀ…..