Report Card Odisha

| Daily Odia News

ଆଇନର ସାହାରା ନେଇପାରିବେନାହିଁ ଜମି ଜବରଦଖଲକାରୀ:ସୁପ୍ରିମ କୋର୍ଟ…..

ପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଇନର ସାହାରା ନେଇପାରିବେ ନାହିଁ ଜମି ଜବରଦଖଲକାରୀ | ଏନେଇ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଶୁଣାଇଛନ୍ତି । ଏଥିସହିତ ଆରାବଳି ଜଙ୍ଗଲ ଅଞ୍ଚଳରେ ଏକ ଗ୍ରାମ ନିକଟରେ ଜବର ଦଖଲ କରି ଗଢି ଉଠିଥିବା ପ୍ରାୟ ୧୦ ହଜାର ଆବାସିକ ନିର୍ମାଣ ସମେତ ସମସ୍ତ ଜବରଦଖଲ ସେଠାରୁ ହଟାଇବାକୁ ମାନ୍ୟବର ସୁପ୍ରିମ କୋର୍ଟ ହରିଆଣା ଓ ଫରିଦାବାଦ ମହାନଗର ନିଗମ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେମାନଙ୍କୁ ଉଚ୍ଛେଦ ଅଭିଯାନ ସମୟରେ ପୂର୍ଣ୍ଣ ପୋଲିସ ସୁରକ୍ଷା ଯୋଗାଇଦେବାକୁ ମଧ୍ୟ ସୁପ୍ରିମ କୋର୍ଟ ଫରିଦାବାଦ ଡେପୁଟି ପୋଲିସ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟର ଅବକାଶ କାଳୀନ ବିଚାରପତି ଜଷ୍ଟିସ ଏ ଏମ୍‍ ଖାନୱିଲକର ଏବଂ ଜଷ୍ଟିସ ଦିନେଶ ମାହେଶ୍ୱରୀଙ୍କୁ ନେଇ ଗଠିତ ପୀଠ ଭିଡିଓ କନଫରେନ୍ସ ମାଧ୍ୟମରେ ମାମଲାର ଶୁଣାଣି କରିବା ଅବସରରେ ଫରିଦାବାଦର ଲକରପୁର ଖୋରି ଗ୍ରାମ ନିକଟରୁ ଜଙ୍ଗଲ ଜମିରୁ ସମସ୍ତ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଶେଷକରି ଅଦାଲତଙ୍କ ଆଦେଶ ପାଳନ ରିପୋର୍ଟ ଛଅସପ୍ତାହ ମଧ୍ୟରେ ଦାଖଲ କରିବାକୁ ଆଦେଶ ଦେଇଛନ୍ତି। ଏଥିସହିତ ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ ରାଜ୍ୟ ସରକାର ଉକ୍ତ ଲୋକଙ୍କର ଥଇଥାନ ଆବେଦନ ସମ୍ପର୍କରେ ବ୍ୟକ୍ତିଗତ ଭାବରେ ବିଚାର କରିପାରନ୍ତି। ସୂଚନାଯୋଗ୍ୟ ଯେ ଉକ୍ତ ଜବରଦଖଲ ଉଚ୍ଛେଦ ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯିବା ପରେ ତାହାକୁ ଚାଲେଞ୍ଜ କରି ସାରିନା ସରକାର ନାମକ ଜଣେ ଜବରଦଖଲକାରୀଙ୍କ ନେତୃତ୍ୱରେ ପାଞ୍ଚଜଣ ବ୍ୟକ୍ତି ଏକ ଯାଚିକା ଦାଏର କରିଥିଲେ।

Breaking News