Report Card Odisha

| Daily Odia News

ଦେଶରେ ଗୋଟିଏ ଦିନରେ୬ ୧୪୮ କରୋନା ସଂକ୍ରାନ୍ତଙ୍କ ମୃତ୍ୟୁ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦେଶରେ କରୋନାର ଦ୍ୱିତୀୟ ଲହରୀର ସଂକ୍ରମଣ ହ୍ରାସପାଉଛି । ଆଜି ଦେଶରେ ଦୈନିକ ମୃତ୍ୟୁ ସଂଖ୍ୟା ରେକର୍ଡ ଭାଙ୍ଗିଛି | ୨୪ ଘଣ୍ଟାରେ ସର୍ବାଧିକ ୬ ୧୪୮ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଏହିମୃତକଙ୍କୁ ମିଶାଇ ଦେଶରେ କରୋନା ଜନିତ ମୋଟ ମୃତ୍ୟୁସଂଖ୍ୟା ୩ ଲକ୍ଷ ୫୯ ହଜାର ୬୭୬କୁ ବୃଦ୍ଧି ପାଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ ଦିନକରେ ୯୪ ହଜାର ୫୨ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨ କୋଟି ୯୧ ଲକ୍ଷ ୮୩ ହଜାର ୧୨୧କୁ ବୃଦ୍ଧି ଘଟିଛି । ବର୍ତ୍ତମାନ ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୧ଲକ୍ଷ ୬୭ ହଜାର ୯୫୨ ରହିଥିବା ବେଳେ ସୁସ୍ଥ ହୋଇ ଘରକୁ ଫେରିଲେଣି ୨ କୋଟି ୭୬ ଲକ୍ଷ ୫୫ ହଜାର ୪୯୩ । ସେହିଭଳି ସାରା ଦେଶରେ ଏଯାବତ୍ ୨୪ କୋଟି ୨୭ ଲକ୍ଷ ୨୬ ହଜାର ୬୯୩ ଡୋଜ୍ ଟିକାକରଣ ହୋଇଛି ।

Breaking News