ରିପୋର୍ଟ କାର୍ଡ / ଭୁବନେଶ୍ଵର
କମିଶନରେଟ୍ ପୋଲିସ ରେ ଅଧିକାରୀସ୍ତରରେ ପୁଣି ଅଦଳବଦଳ କରାଯାଇଛି । ଏଥର ୩ ଜଣ ଏସିପି ଓ ଜଣେ ସବ୍ଇନ୍ସପେକ୍ଟରଙ୍କୁ ବଦଳି କରାଯାଇଛି । ଏସିପି ଚନ୍ଦନ ଘଡ଼ୋଇଙ୍କୁ ପୋଲିସ ସେବା ଭବନ ମୁଖ୍ୟାଳୟରୁ ବଦଳି କରାଯାଇ କଟକ ସହରାଞ୍ଚଳ ଜିଲ୍ଲା ପୋଲିସ (ୟୁପିଡି) ଜୋନ୍-୪ ଏସିପି ଭାବେ ନିଯୁକ୍ତି ମିଳିଛି । ସେଠାକାର ଏସିପି ଥିବା ସତ୍ୟରଞ୍ଜନ ମଲ୍ଲିକଙ୍କୁ କଟକ ଡିଆଇବିକୁ ପଠାଯାଇଛି । ସେହିପରି ପୋଲିସ ସେବା ଭବନ ମୁଖ୍ୟାଳୟରେ କାର୍ଯ୍ୟରତ ପ୍ରଣିତା ପଟ୍ଟନାୟକ କଟକ ୟୁପିଡିର ଏସିପି(କ୍ରାଇମ୍) ହୋଇଛନ୍ତି । ମୁଖ୍ୟାଳୟରେ ଥିବା ସବ୍ଇନ୍ସପେକ୍ଟର ଯୁଗଳ ଚନ୍ଦ୍ର ସ୍ୱାଇଁଙ୍କୁ କ୍ୟାପିଟାଲ ଥାନାକୁ ବଦଳି ହୋଇଥିବା ନେଇ ସୂଚନା ମିଳିଛି ।






More Stories
୭ ମୋର୍ଚ୍ଚା ପାଇଁ ପ୍ରଭାରୀ ଘୋଷଣା କଲା ଭାଜପା:ଓଡ଼ିଶାର ଏହି ନେତାଙ୍କୁ ମିଳିଲା….
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ବିଦ୍ୟାଭାରତୀଙ୍କ ଆବେଦନର ଶୁଣାଣି ଶେଷ….
ଆମ ବସ୍’ ଯାତ୍ରା ମାଗଣା…..