ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତୀୟ ଭାକସିନ୍ ନିର୍ମାତା ଭାରତ ବାୟୋଟେକକୁ ଆମେରିକାରେ ଟିକାର ଜରୁରୀକାଳିନ ବ୍ୟବହାର ପାଇଁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡିବ। ଆମେରିକା ଏବେ କୋଭାକ୍ସିନର ଜରୁରୀକାଳିନ ବ୍ୟବହାର ନକରିବାକୁ ନିଷ୍ପତ୍ତି ନେଇ ନେଇ ସୂଚନା ମିଳିଛି । ୟୁଏସ୍ ଫୁଡ୍ ଓ ଆଡମିନିଷ୍ଟ୍ରେସନ୍ ଅର୍ଥାତ ଏଫଡିଏ ଭାରତ ବାୟୋଟେକର କୋଭାକ୍ସିନ୍ ଟିକାକୁ ଜରୁରୀକାଳିନ ବ୍ୟବହାର ଆବେଦନକୁ ଖାରଜ କରିଦେଇଛି । ସୂଚନାଯୋଗ୍ୟ, ନିକଟରେ ଭାରତ ବାୟୋଟେକ୍ ବିଭିନ୍ନ ଦସ୍ତାବିଜକୁ ଏଫଡିଏ ନିକଟରୁ ପଠାଇବା ସହ ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ମାଗିଥିଲା । କୋଭାକ୍ସିନର ଆମେରିକୀୟ ଅଂଶିଦାର ଆକ୍ୟୁଜେନ୍ କହିଛି ଯେ.କମ୍ପାନୀ ଆମେରିକାରେ କୋଭାକ୍ସିନର ବ୍ୟବହାର ପାଇଁ ପୁଣିଥରେ ଆବେଦନ ହେବ । କାରଣ ସରକାର କମ୍ପାନୀକୁ ଅତିରିକ୍ତ ପରୀକ୍ଷଣ ଆରମ୍ଭ କରିବାକୁ କହୁଛନ୍ତି । କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶଙ୍କର ମୁସୁନିରି କହିଛନ୍ତି ଯେ, ଆବେଦନକୁ ମଞ୍ଜୁରୀ ମିଳିବାକୁ ବିଳମ୍ବ ହେଲେ ମଧ୍ୟ କୋଭାକ୍ସିନକୁ ଆମେରିକା ଆଣିବା ପାଇଁ ସେ ପ୍ରତିବଦ୍ଧ ଅଛନ୍ତି । ଆକ୍ୟୁଜେନ୍ ଏଫଡିଏ ନିକଟକୁ ସମୀକ୍ଷା ପାଇଁ ପ୍ରୋକ୍ଲିନିକାଲ, ଅଧ୍ୟୟନ, ରସାୟନ, ବିନିର୍ମାଣ ଓ ନିୟନ୍ତ୍ରଣର ଫଳାଫଳର ଫାଇଲ୍ ପଠାଇଥିଲା । ଭାରତ ବାୟୋଟେକ୍ ଏବେସୁଦ୍ଧା ଫେଜ୍ ୩ ଟ୍ରାଏଲରର ତଥ୍ୟ ପ୍ରଦାନ କରିନାହିଁ । ୟାହାକୁ ନେଇ ବିତର୍କ ମଧ୍ୟ ହୋଇଛି ।
More Stories
କୁମ୍ଭମେଳାରେ ବୁଡ ପକାଇବେ ପ୍ରଧାନମନ୍ତ୍ରୀ…..
ଆଜି ଭୋଟ୍ ଦେଉଛି ଦିଲ୍ଲୀ,୬୯୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର…..
ଗରିବଙ୍କ କୁଡ଼ିଆରେ ଫଟୋ ଉଠାଇ ଆନନ୍ଦ ପାଆନ୍ତି,ଗରିବଙ୍କ ଉପରେ ଭାଷଣ ବୋରିଂ……