ରିପୋର୍ଟ କାର୍ଡ / ସମ୍ବଲପୁର
ପିଶାସ ବାପା ଗୋଟିଏ ଝିଅକୁ ହାଣି ହତ୍ୟା ପରେ ଆଉ ୩ଝିଅକୁ ହାଣି ଗୁରୁତର କରିଛି । ପତ୍ନୀକୁ ମଧ୍ୟ ହାଣି ନିଜେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଗୋବିନ୍ଦପୁର ଥାନା ଯୌତୁକବାହାଲ ଗାଁ’ରେ । ଗୋଟିଏ ପରିବାରର ୫ ଗୁରୁତର ହୋଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । ସୂଚନା ଅନୁଯାୟୀ, ପାରିବାରିକ ସମସ୍ୟାକୁ ନେଇ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ସବୁବେଳେ ପଟିତୁଣ୍ଡ ହୁଏ । ହେଲେ ଏଡି ଝଗଡ଼ା ଏତେ ଉଗ୍ରରୂପ ନେଲା ଯେ, ସ୍ୱାୀ ରାଗିଯାଇ ଝିଅକୁ ହାଣି ହତ୍ୟା କରିବା ପରେ ସ୍ତ୍ରୀ ଓ ଅନ୍ୟ ୩ଝିଅକୁ ହାଣି ନିଜେ ଆତ୍ମହତ୍ୟ ଉଦ୍ୟମ କରିବା ଆଲୋଡ଼ନର ବିଷୟ ହୋଇଛି । ଏ ନେଇ ଘଟଣାରସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଦାର କରି ବ୍ୟଚ୍ଛେଦ ପାଇଁ ପଠାଇବା ସହ ଘଟଣାରର ତଦନ୍ତ ଆରମ୍ଭ କରିଛି |






More Stories
ବ୍ୟବସାୟୀଙ୍କୁ ଅପହରଣ ଘଟଣା:୫୦ ଲକ୍ଷ ପାଇଁ ହୋଇଥିଲା ଷଡ଼ଯନ୍ତ୍ର……
ବ୍ୟବସାୟୀ ଅପହରଣ ମାମଲା: ପୋଲିସ-ସାମ୍ବାଦିକ ଗିରଫ…..
ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ!…..