ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଅକାଳୀ ଓ ବିଏସପି ମେଣ୍ଟ ନେଇ ଘୋଷଣା ହୋଇଛି । ଦୁଇ ଦଳ ମଧ୍ୟରେ ହୋଇଥିବା ଚୁକ୍ତି ହୋଇଥିବା ନେଇ ସୂଚନା ମିଳିଛି | ଆସନ୍ତା ବର୍ଷ ପଞ୍ଜାବରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଶିରୋମଣୀ ଅକାଳୀ ଦଳ ଏବଂ ବହୁଜନ ସମାଜ ପାର୍ଟି ଏକାଠି ନିର୍ବାଚନ ଲଢ଼ିବେ । ଦୀର୍ଘ ସମୟ ଧରି ଆଲୋଚନା ପରେ ଦୁଇ ଦଳ ମଧ୍ୟରେ ମେଣ୍ଟ ଘୋଷଣା ହୋଇଛି । ଦୁଇ ଦଳ ମଧ୍ୟରେ ହୋଇଥିବା ଡ଼ିଲ ଅନୁସାରେ ବିଏସପି ରାଜ୍ୟର ୨୦ ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ। ଶନିବାର ଦିନ ଶିରୋମଣି ଅକାଳୀ ଦଳର ସଭାପତି ସୁଖବୀର ବାଦଲ ଏବଂ ବହୁଜନ ସମାଜ ପାର୍ଟିର ସାଧାରଣ ସମ୍ପାଦକ ସତୀଶ ମିଶ୍ରଙ୍କ ଉପସ୍ଥିତିରେ ମେଣ୍ଟ ଘୋଷଣା କରାଯାଇଛି। ଏହି ଅବସରରେ ଉଭୟ ଦଳର ବହୁ ବଡ ନେତା ଏବଂ ବହୁ ସଂଖ୍ୟକ କର୍ମୀ ମଧ୍ୟ ଉପସ୍ଥିତ ଥିଲେ । ତେବେ ମେଣ୍ଟ ଘୋଷଣା ପରେ ସୁଖବୀର ବାଦଲ, ବିଏସପି ସୁପ୍ରିମୋ ମାୟାବତୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ଉଭୟ ଦଳର ଚିନ୍ତାଧାରା ସମାନ । ଉଭୟ ଦଳ ଗରିବ କୃଷକ ଶ୍ରମିକଙ୍କ ଅଧିକାର ପାଇଁ ଲଢ଼େଇ କରୁଛନ୍ତ । ଆଜିର ଦିନ ପଞ୍ଜାବ ରାଜନୀତିର ନୂଆ ଦିନ । ଏହାପୂର୍ବରୁ ୧୯୯୬ ଲୋକସଭା ନିର୍ବାଚନରେ ଉଭୟ ଅକାଳୀ ଦଳ ଏବଂ ବିଏସପି ଏକାଠି ଲଢିଥିଲେ ।






More Stories
ବିଧାନସଭାରେ ଉଠିଲା ପାଣ୍ଡିଆନ ପ୍ରସଙ୍ଗ…..
୧୭,୪୪୦ କୋଟିର ଅତିରିକ୍ତ ବଜେଟ ଆଗତ…..
ସୃଷ୍ଟି ହେଲା ବାତ୍ୟା ‘ଡିଟୱା’…..