ରିପୋର୍ଟ କାର୍ଡ / ବଲାଙ୍ଗିର
ପାରିବାରିକ କହଳ ନେଇ ଗଲା ଜୀବନ। ସ୍ୱାମୀ ସାଜିଲା ସୈତାନ୍। ସ୍ତ୍ରୀର ବେକକୁ ବିଦ୍ୟୁତ ତାରରେ ଗୁଡ଼ାଇ ଅତି ନିର୍ମମ ଭାବରେ ହତ୍ୟାକରିଛି ସ୍ୱାମୀ । ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଧାମନଡଙ୍ଗା ଗାଁରେ । ଇଭିଯୁକ୍ତ ସ୍ୱାମୀକୁ ଅଟକ ରଖିଛି ପୋଲିସ । ତା ନାଁ ଜୟରାମ ମାଝୀ । ମୃତକ ହେଲେ ଉର୍ମିଳା ମାଝୀ । ଗତକାଲି ରାତିରେ ଏହି ହତ୍ୟାକାଣ୍ଡ ଘଟିଛି । ଜୟରାମ ଓ ଉର୍ମିଳାଙ୍କ ମଧ୍ୟରେ ବିଭିନ୍ନ ସମୟରେ ଝଗଡ଼ା ହୁଏ । ଗତକାଲି ବି କୌଣସି କାରଣକୁ କେନ୍ଦ୍ର କରି ସ୍ୱାମୀ-ସ୍ତ୍ରୀ ମଧ୍ୟରେ ପାଟିତୁଟ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଜୟରାମ ଉର୍ମିଳାଙ୍କ ବେକରେ ଏକ ବିଦ୍ୟୁତ ତାର ଗୁଡ଼ାଇ ଟାଣି ଦେଇଥିଲା । ପୋଲିସ ପହଞ୍ଚି ମୃତଦେହକୁ ଜବତ କରିଛି । ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି ।






More Stories
ଡାଲମା ହାଣ୍ଡିରେ ବିଷାକ୍ତ ସାପ,୩୦ ଅସୁସ୍ଥ …..
ଫାଟିଲା ଗ୍ୟାସ୍ ସିଲିଣ୍ଡର; ଜଳିଲା ବଜାର….
ତହସିଲ୍ଦାରଙ୍କ ଘରେ ଭିଜିଲାନ୍ସ ରେଡ଼…..