ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଗଲଓ୍ବାନ ଘାଟିରେ ଭାରତ ଏବଂ ଚୀନ୍ ସେନା ମଧ୍ୟରେ ସଂଘର୍ଷକୁ ଏକ ବର୍ଷ ପୂରିଲା । ଗତ ବର୍ଷ ଏହି ସଂଘର୍ଷରେ ସହିଦ ହୋଇଥିବା ୨୦ ଜଣ ଯବାନ | ସହିଦ ହୋଇଥିବା ଯବାନଙ୍କ ସ୍ମୃତିରେ ଆଜି ଭାରତୀୟ ସେନା ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯ଼ାଇଛି । ଲେହଠାରେ ଅବସ୍ଥିତ ଯୁଦ୍ଧ ସ୍ମାରକୀରେ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି ।ସେନାର ଫାୟାର ଏଣ୍ଡ ଫୁରି କୋରର ମୁଖ୍ୟ ମେଜର ଜେନେରାଲ ଆକାଶ କୌଶିକ ଏହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଗତ ବର୍ଷ ଏପ୍ରିଲମାସରେ ଯ଼ୁଦ୍ଧାଭ୍ୟାସ କରିବା ନାଁରେ ଚୀନ ସେନା ପୂର୍ବ ଲଦାଖର କେତେକ ଭାରତୀୟ ଅଞ୍ଚଳରେ ଅନୁପ୍ରବେଶ କରିବା ପରେ ଦୁଇପକ୍ଷ ମଧ୍ୟରେ ଏକ ବଡ଼ ଧରଣର ବିବାଦ ଆରମ୍ଭ ହୋଇଥିଲା । ବିବାଦ ତୀବ୍ର ରୂପ ଧାରଣ କରି ଜୁନ ୧୫ରେ ଗଲଓ୍ବାନ ଘାଟିରେ ତାହା ଏକ ରକ୍ତାକ୍ତ ସଂଘର୍ଷର ରୂପ ନେଇଥିଲା । ଏହି ସଂଘର୍ଷରେ ଭାରତର ୨୦ ଜଣ ଯ଼ବାନ ସହିଦ ହୋଇଥିଲେ । ତେବେ ଏହି ସଂଘର୍ଷରେ କେତେ ଜଣ ଚୀନ ସୈନ୍ୟ ମରିଥିଲେ ତାହା ସେ ସମ୍ପର୍କରେ ଚୀନ ଏପର୍ୟ୍ୟନ୍ତ କୌଣସି ସ୍ପଷ୍ଟ ଉତ୍ତର ଦେଇନାହିଁ । ଏହି ସଂଘର୍ଷରେ ମାତ୍ର ୪ ଜଣ ଚୀନ ଯବାନ ମରିଥିବା ଚୀନ ଦାବି କରୁଛି । ମାତ୍ର ଋଷିଆ, ଆମେରିକାର ଗୁଇନ୍ଦା ସଂସ୍ଥାଙ୍କ ରିପୋର୍ଟ ଅନୁସାରେ ଏଥିରେ ଚୀନର ପ୍ରାୟ ୪୦ ରୁ ୪୫ ସୈନିକ ମୃତ୍ୟୁବରଣ କରିଥିଲେ ।
More Stories
ସମଲିଙ୍ଗୀ ବିବାହକୁ ନେଇ ବଡ଼ ରାୟ ଶୁଣାଇଲେ ସୁପ୍ରିମକୋର୍ଟ…..
ଝିଅଙ୍କୁ ପଢ଼ାଖର୍ଚ୍ଚ ଦେବାକୁ ମା’ବାପା ବାଧ୍ୟ…..
କେଜ୍ରିୱାଲଙ୍କ ନିର୍ବାଚନୀ ଦୁର୍ନୀତି ଅଭିଯୋଗର ତଦନ୍ତ ନିର୍ଦ୍ଦେଶ….