ରିପୋର୍ଟ କାର୍ଡ / ଭୁବନେଶ୍ଵର
ଜୀବନ ସହିତ ଲଢେଇକରି ଶେଷରେ ଆଖିବୁଜିଲେ ଓଡ଼ିଆ କଣ୍ଠଶିଳ୍ପୀ ତପୁ ମିଶ୍ର | ଶନିବାର ରାତି ୧୧ଟାରେ ଲୋକପ୍ରିୟ ଓଡ଼ିଆ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ପରଲୋକ ହୋଇଛି । ଭୁବନେଶ୍ୱର ସ୍ଥିତ ସମ୍ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। କରୋନାରୁ ଭଲ ହୋଇଥିଲେ ବି କୋଭିଡ୍ ପରବର୍ତ୍ତୀ ଜଟିଳତାର ଶିକାର ହୋଇଥିଲେ ତପୁ । ଫଳରେ ତାଙ୍କୁ ଭୁବନେଶ୍ୱରର ସମ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କରୋନା ଯୋଗୁ ତାଙ୍କର ଫୁସଫୁସ୍ ପାଖାପାଖି ୫୦ ପ୍ରତିଶତ ନଷ୍ଟ ହୋଇଥିଲା। ତେଣୁ ତାଙ୍କୁ ୧୦୦ ପ୍ରତିଶତ ଭେଣ୍ଟିଲେଟରରେ ରଖାଯାଇଥିଲା। ଆଧୁନିକ ଓଡ଼ିଆ ସଂଗୀତ ଜଗତରେ ଜଣାଶୁଣା ଥିଲେ ତପୁ ମିଶ୍ର। ଦୀର୍ଘ ଦୁଇ ଦଶନ୍ଧି ଧରି ସେ ଓଡ଼ିଆ ଦର୍ଶକ ଓ ଶ୍ରୋତାଙ୍କୁ ଦେଇଥିଲେ ବହୁ ହିଟ୍ ଗୀତ। ଜଣେ ଭର୍ସାଟାଇଲ ଫିମେଲ ପ୍ଲେ- ବ୍ୟାକ୍ ସିଙ୍ଗର ଭାବେ ସେ ଅନେକ ପ୍ରଶଂସା ସାଉଁଟିଥିଲେ। ଯେତେବେଳେ ମୁମ୍ବାଇ ଓ କୋଲକାତାରୁ ସିଙ୍ଗରମାନେ ଆସି ଓଡ଼ିଆ ଗୀତ ଗାଉଥିଲେ, ସେତେବେଳେ ତପୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଥାପିଥିଲେ। ୧୫ ବର୍ଷ ହୋଇଥିବା ବେଳେ ତପୁ ଆରମ୍ଭ କରିଥିଲେ କ୍ୟାରିଅର୍।
More Stories
ଯୁକ୍ତ ୨ ରେ ୧୦୦ ରୁ ୨୪ ରଖିଲେ ପାସ୍….
ବବି ଦାସ ଭାଇଙ୍କ ନାଁରେ ଏତଲା….
ଗୋଟିଏ ମୋବାଇଲ୍ ନମ୍ବରରେ ଏକାଧିକ ଆକାଉଣ୍ଟ ଥିଲେ ଆସିବନି ଟଙ୍କା…..