ରିପୋର୍ଟ କାର୍ଡ / କୋଲକାତା
ପଶ୍ଚିମବଙ୍ଗର ରାଜନୀତିରେ ଚାଲିଛି ମିଶ୍ରଣ ପର୍ବ | ନିର୍ବାଚନରେ ବିଜେପି ହାରିବା ପରେ ବିଜେପିକୁ ଶକ୍ତ ଝଟକା ଲାଗିଥିଲା | ଏବେ ବିଜେପି ସମର୍ଥକ ଟିଏମସି ମୁହାଁ | ଯାହାକି ପଶ୍ଚିମବଙ୍ଗ ବିଜେପି ପାଇଁ ଶୁଭଙ୍କର ନୁହଁ | ତୃଣମୂଳ କଂଗ୍ରେସକୁ ଫେରିବା ପାଇଁ ପ୍ରାୟ ୩୦୦ ବିଜେପି ସମର୍ଥକ ଶୁକ୍ରବାର ଶାସକ ଦଳ କାର୍ଯ୍ୟାଳୟ ଆଗରେ ଅନଶନ କରିଥିଲେ। ପରେ ଏହି ବିଜେପି ସମର୍ଥକଙ୍କ ଉପରେ ଗଙ୍ଗାଜଳ ସିଞ୍ଚନ ପୂର୍ବକ ପବିତ୍ର କରାଯାଇଥିଲା| ଏକ ପରେ ତୃଣମୂଳକୁ ଫେରାଇ ଅଣାଯାଇଥିଲା । ସୈନଥିଆ ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବାଙ୍ଗରାମରେ ଏହି ଦଳ ପରିବର୍ତ୍ତନ କାର୍ଯ୍ୟ ହୋଇଛି। ଅନ୍ୟପଟେ ତୃଣମୂଳ କଂଗ୍ରେସର ତ୍ରିପୁରା ୟୁନିଟ୍ ମୁଖ୍ୟ କହିଛନ୍ତି ଯେ ୧୫,୦୦୦ ବିଜେପି ସମର୍ଥକ ଦଳ ଛାଡିଲେଣି।






More Stories
ପୁଣି ହିମନ୍ତ ବିଶ୍ୱ ଶର୍ମା ହେବେ ମୁଖ୍ୟମନ୍ତ୍ରୀ…..
ପରବର୍ତ୍ତୀ ନୌସେନା ମୁଖ୍ୟ କୃଷ୍ଣ ସ୍ବାମୀନାଥନ…..
ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଜୟ…..