ରିପୋର୍ଟ କାର୍ଡ / ଭୁବନେଶ୍ବର
ରାଜ୍ୟରେ ଦୈନିକ ୩ ଲକ୍ଷ ଟୀକାକରଣ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର। ଆସନ୍ତାକାଲିଠୁ ସାରା ରାଜ୍ୟରେ କ୍ୟାମ୍ପେନ ମୋଡରେ ୩ ଲକ୍ଷ ଟୀକାକରଣ ହେବ। ଏନେଇ ରାଜ୍ୟର ସମସ୍ତ ଜିଲ୍ଲାପାଳ ଏବଂ କମିଶନର ମାନଙ୍କକୁ ସ୍ୱାସ୍ଥ୍ୟ ଅତିରିକ୍ତ ସଚିବ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ସରକାରର ନୂଆ ଟୀକା ନୀତି ଅନୁଯାୟୀ ରାଜ୍ୟରେ ଟୀକାକରଣ ହେବ। ଉଭୟ ବ୍ଲକ ଏବଂ ବିଜ୍ଞାପିତ ଅଞ୍ଚଳରେ ଟୀକାକରଣ ଆରମ୍ଭ ହେବ। ବ୍ଲକ ଏବଂ ଏନଏସିରେ ୫ ଟି ଲେଖାଏଁ ସେସନ ପାଇଁ ବ୍ୟବସ୍ଥା କରାଯାଉଥିବା ବେଳେ ପୌରପଶିଷଦ ପାଇଁ ୧୦ ଟି ଏବଂ ମହାନଗର ପାଇଁ ୨୦ ଟି ସେସନର ବ୍ୟବସ୍ଥା କରାଯିବ। ଅଫଲାଇନ ଏବଂ ଅନଲାଇନ ମାଧ୍ୟମରେ ଟୀକାକରଣ ହେବ। ସଠିକ ସମୟରେ ଦ୍ଵିତୀୟ ଡୋଜ ଟୀକା ଦେବାକୁ ରାଜ୍ୟ ସରକାର ଗୁରୁତ୍ଵ ଦେଉଛନ୍ତି। ଏନେଇ ସ୍ୱାସ୍ଥ୍ୟ ଅତିରିକ୍ତ ସଚିବ ସୂଚନା ଦେଇଛନ୍ତି।
More Stories
ଓଟିଇଟି ରେଜଲ୍ଟ ପ୍ରକାଶ….
ରାଜ୍ୟରେ ହେବ ମତ୍ସ୍ୟ ଓ ପଶୁ ସମ୍ପଦ ବିଶ୍ୱବିଦ୍ୟାଳୟ…..
ଆଦାନୀ ଓଡ଼ିଶା ସରକାରଙ୍କୁ ଲାଞ୍ଚ ଦେଇଥିବା ଅଭିଯୋଗ….