ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ ପୁଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି | ଗତ ୨୪ ଘଣ୍ଟାରେ ଦେଶରେ ଆଉ ୫୪,୦୬୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ପଜିଟିଭ ସଂଖ୍ୟା ୩,୦୦,୮୨,୭୭୮କୁ ବୃଦ୍ଧି ପାଇଛି। ସେହିପରି ଦୈନିକ ପଜିଟିଭ ହାର ୩.୦୪ ପ୍ରତିଶତ। ଚିକିତ୍ସାଧୀନ ଅବସ୍ଥାରେ ଆଉ ୧,୩୨୧ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୩,୯୧,୯୮୧ରେ ପହଞ୍ଚିଛି। ଦିନକରେ ଆଉ ୬୮,୮୮୫ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ମୋଟ ୨,୯୦,୬୩,୭୪୦ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆରୋଗ୍ୟ ହାର ୯୬.୬୧ରେ ପହଞ୍ଚିଛି। ୬,୨୭,୦୫୭ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ୩୦,୧୬,୨୬,୦୨୮ ଟିକା ନେଇ ସାରିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳାୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..