ରିପୋର୍ଟ କାର୍ଡ / ଭୁବନେଶ୍ବର
ବାଲେଶ୍ୱର ଜିଲ୍ଲା ବସ୍ତା ଅଂଚଳରୁ ଆଜି ୨ କିଲୋ ୦୧୨ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି । ଏହି ବେଆଇନ ବ୍ରାଉନ ସୁଗାର କାରବାର ଘଟଣାରେ ଜଣେ ବ୍ୟକ୍ତିକୁ ଅଟକ ରଖିଥିବା ଜଣାଯାଇଛି । ସୂଚନା ଅନୁସାରେ ଭୁବନେଶ୍ୱର ଏସ୍ଟିଏଫକୁ ବିଶ୍ୱସ୍ତ ସୂଚନା ମିଳିଥିଲା ଯେ, ବାଲେଶ୍ୱର ଜିଲ୍ଲା ବସ୍ତା ଅଂଚଳରେ ଜଣେ ବ୍ୟକ୍ତି ବ୍ରାଉନ ସୁଗାର କାରବାର କରୁଛି । ଏହା ପରେ ଏସ୍ଟିଏଫ୍ ତରଫରୁ ଯୋଜନାମୂଳକ ଭାବେ ଚଢ଼ାଉ କରାଯାଇଥିଲା । ଚଢ଼ାଉ ସମୟରେ ଅଭିଯୁକ୍ତଙ୍କ ଠାରୁ ୨ କିଲୋ ୦୧୨ ଗ୍ରାମ ବ୍ରାଉନ ସୁଗାର ମିଳିଥିଲା । ଏହାର ବଜାର ମୂଲ୍ୟ ୨ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ଜଣାଯାଇଛି । ଏସ୍ଟିଏଫ୍ ଏସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ସଂପୃକ୍ତ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି । ସୂଚନା ଅନୁସାରେ ଏସ୍ଟିଏଫ୍ ୨୦୨୦ ମସିହା ଠାରୁ ଏସଟିଏଫ ଏପର୍ଯ୍ୟନ୍ତ ୩୪ କିଲୋ ବ୍ରାଉନ ସୁଗାର ଓ ହେରୋଇନ୍ ଜବତ କରିଛି । ସେହିପରି ୬୬ କୁଇଣ୍ଟାଲ ଗଂଜେଇ ଜବତ କରିଛି । ବେଆଇନ ନିଶା କାରବାର ସହିତ ଜଡିତ ୧୦୦ରୁ ଅଧିକ ଅଭିଯୁକ୍ତଙ୍କୁ ଗିରଫ କରିଛି ।
More Stories
ଭଙ୍ଗାଯିବ ବିବାଦୀୟ ବୈକୁଣ୍ଠଧାମ ଆଶ୍ରମ…..
ବାଲିଯାତ୍ରାରେ ଫୁଡ୍ ଷ୍ଟଲ୍ରେ ଚଢାଉ…..
ଅଙ୍ଗନବାଡ଼ି କର୍ମୀଙ୍କୁ ମିଳିବ ସୁଭଦ୍ରା ଟଙ୍କା….