ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କରୋନା ମହାମାରୀ ସାରା ବିଶ୍ୱକୁ ଆତଙ୍କିତ କରିଛି | ସଂକ୍ରମଣରୁ ବର୍ତ୍ତିବା ପାଇଁ ଟିକା ଏକମାତ୍ର ମାଧ୍ୟମ ସାଜିଥିବା ବେଳେ ଟିକାକୁ ନେଇ ସମସ୍ୟା ସାମ୍ନାକୁ ଆସିଛି | ଏହି ସଂକ୍ରମଣ କୁ ଦୂରେଇ ରହିବା ଲାଗି ବିଭିନ୍ନ ଦେଶରେ ସାର୍ବଜନୀନ ଟିକା ପ୍ରଦାନକୁ ଅଧିକ ତ୍ୱରାନ୍ୱିତ କରାଯାଉଛି | ତେବେ ଦିଆଯାଉସଥିବା ଟିକା ଯୁବବର୍ଗଙ୍କ ଠାରେ ହାର୍ଟ ସମ୍ପର୍କିତ କେତେକ ପାର୍ଶ୍ୱପ୍ରତିକ୍ରିୟା ଦୃଷ୍ଟି ଗୋଚର ହେଉଥିବା ନେଇ ଆମେରିକାର ରୋଗ ନିୟନ୍ତ୍ରଣ ଓ ନିରାକରଣ କେନ୍ଦ୍ର ପକ୍ଷରୁ ଏକ ରିପୋର୍ଟରେ ଜଣାପଡିଛି | ଫାଇଜର ଓ ମର୍ଡେନା ଟିକା ଯୋଗୁ ଏଭଳି ହେଉଥିବା ନେଇ ଡିସିଡ଼ି କହିଛି | ଆମେରିକାରେ ୧୨ ବର୍ଷ ଏବଂ ଏହାଠାରୁ ଅଧିକ ବର୍ଷର ବ୍ୟକ୍ତିଙ୍କୁ ଟିକା ପ୍ରଦାନ କରାଯାଉଛି | ଯୁବବର୍ଗଙ୍କଠାରେ ମାୟୋକାର୍ଡିଟିସ ଓ ପେରିକାର୍ଡିଟିସ ସମସ୍ୟା ସୃଷ୍ଟି କରୁଥିବା ନେଇ ରିପୋର୍ଟରେ ଆସିଛି | ବର୍ତ୍ତମାନ ସୁଦ୍ଧା ପ୍ରାୟ ୫୦୦ ଜଣଙ୍କ ଠାରେ ଏଭଳି ସମସ୍ୟା ଦେଖିବାକୁ ମିଳିଥିବା ନେଇ ସିଡିସି ପକ୍ଷରୁସୂଚନା ମିଳିଛି | ସିଡିସି ରିପୋର୍ଟ ପ୍ରକାଶ ପାଇବା ପରେ ଫାଇଜର ଏବଂ ମର୍ଡେନା ଟିକାକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହେବାରେ ଲାଗିଛି |
More Stories
ନେତାନ୍ୟାହୁ ଙ୍କ ବିରୋଧରେ ଗିରଫ ପରୱାନା ଜାରି…..
କେନିଆରେ ରଦ୍ଦ ହେଲା ଆଦାନୀ ପ୍ରକଳ୍ପ…..
ଯୁକ୍ତ ୨ ରେ ୧୦୦ ରୁ ୨୪ ରଖିଲେ ପାସ୍….