ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ ଦୈନିକ ସଂକ୍ରମଣ ସଂଖ୍ୟା ୫୦ ହଜାର ଉପରେ ଚିହ୍ନଟ ହେଉଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୧ ହଜାର ୬୬୭ ନୂତନ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୩୨୯ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ନୂତନ ସଂକ୍ରମିତ ଙ୍କୁ ମିଶାଇ ଦେଶରେ ମୋଟ ରୋଗୀଙ୍କ ସଂଖ୍ୟା ୩ କୋଟି ୧ ଲକ୍ଷ ୩୪ ହଜାର ୪୪୫ ରେ ପହଞ୍ଚିଛି । ଏଥିମଧ୍ୟରୁ ଏପର୍ଯ୍ୟନ୍ତ ୩ ଲକ୍ଷ ୯୧ ହଜାର ୯୮୧ ଲୋକ ମହାମାରୀରେ ପ୍ରାଣ ହରାଇଛନ୍ତି । ତେବେ ଏହାରି ମଧ୍ୟରେ ଆଶ୍ୱସ୍ତି ଜନକ ଖବର ହେଲା ଧୀରେ ଧୀରେ ସକ୍ରିୟ ସଂକ୍ରମିତଙ୍କ ସଖ୍ୟା ମଧ୍ୟ ହ୍ରାସ ପାଇଛି । ବର୍ତ୍ତମାନ ଦେଶରେ ୬ ଲକ୍ଷ ୧୨ ହଜାର ୮୬୮ ରୋଗୀ ଚିକିତ୍ସିତ ହେଉଛନ୍ତି ଏବଂ ୨.୯୧ କୋଟିରୁ ଅଧିକ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।






More Stories
ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ, ରାହୁଲ ଗାନ୍ଧୀ, ଅନ୍ୟ ବିଶିଷ୍ଟ ବ୍ୟକ୍ତି…..
ଅକ୍ଟୋବର ୨ ରୁ ଗଣତନ୍ତ୍ର ବଞ୍ଚାଅ ଅଭିଯାନ….
ମଧ୍ୟପ୍ରଦେଶର ଆଗର ମାଲୱା ଦୁର୍ଘଟଣା;ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ…..