ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ କରୋନାଜନିତ ମୃତ୍ୟୁର ସବିଶେଷ ତଥ୍ୟ ମାଗିଛନ୍ତି ଓଡିଶା ହାଇକୋର୍ଟ । କହିଛନ୍ତି କି ପ୍ରତି ଜିଲ୍ଲାରେ କୋଭିଡରେ କେତେ ଜଣଙ୍କ ମୃତ୍ୟୁ ହୋଇଛି ସମସ୍ତ ରିପୋର୍ଟ ପ୍ରଦାନ କରିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ କୋଭିଡ ମୃତ୍ୟୁ ସଂଖ୍ୟାର ସଠିକ ନିରୂପଣ ପାଇଁ ସ୍ୱତନ୍ତ୍ର ଅଡିଟ କରାଇବା ଦାବିରେ ଦାୟର ହୋଇଥିବା ଜନସ୍ୱାର୍ଥ ମାମଲାକୁ ଖାରଜ କରି କୋର୍ଟ ଏହି ତଥ୍ୟ ମାଗିଛନ୍ତି । ଦାଏର କରାଯାଇଥିବା ମାମଲା ପିଆଇଏଲ୍ ନିୟମ ଅନୁଯାୟୀ ନଥିବାରୁ କୋର୍ଟ ଏହାକୁ ଗୁରୁବାର ଖାରଜ କରିଥିଲେ । ତେବେ କୋଭିଡ ମୃତ୍ୟୁ ସଂଖ୍ୟାରେ ସରକାରୀ ତଥ୍ୟରେ ତାଳମେଳ ରହୁନଥିବା ପ୍ରସଙ୍ଗକୁ କୋର୍ଟ ଗୁରୁତ୍ୱ ଦେଇଛନ୍ତି । ଏହି ମାମଲାଟି ଖାରଜ ହୋଇଥିଲେ ମଧ୍ୟ ଏ ସମ୍ପର୍କିତ ଅନ୍ୟ ଏକ ମାମଲାର ଶୁଣାଣିରେ ଏହି ତଥ୍ୟ ଉପସ୍ଥାପନ କରିବାକୁ ଆଡଭୋକେଟ ଜେନେରାଲଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୃତ୍ୟୁ ସଂଖ୍ୟା ବିବାଦ ପ୍ରସଙ୍ଗରେ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏ ପ୍ରସଙ୍ଗରେ ତଦନ୍ତ କରିଛନ୍ତି କି ନାହିଁ ତାହା ମଧ୍ୟ କୋର୍ଟ ଜଣାଇବାକୁ କହିଛନ୍ତି । ଆସନ୍ତା ଜୁଲାଇ ୫ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ସୂଚନା ମିଳିଛି ।






More Stories
ପବନ ସହ ପ୍ରବଳ ବର୍ଷା…..
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ସ୍ତ୍ରୀ ବିଦ୍ୟାଭାରତୀଙ୍କ ଆବେଦନ ଖାରଜ….
୩ ଦିନ ପ୍ରବଳ ବର୍ଷା ଆଶଙ୍କା…..