ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କରୋନା ମହାମାରୀ କୁ ନେଇ ସମସ୍ତେ ଭୟବିତ୍ତ ଥିବା ବେଳେ ଦେହ ବ୍ୟବସାୟରେ ଲାଗିନି ବ୍ରେକ | ସଂକ୍ରମଣ ହ୍ରାସ କରିବା ପାଇଁ ଲକଡାଉନ ସଡ଼ଡାଉନ ଜାରିରହିଛି | ଏହି ସମୟରେ ଘରେ ଚଳାଇଥିଲେ ଦେହ ବ୍ୟବସାୟ । ସୂଚନା ପାଇ ପୋଲିସ ଦେହ ବ୍ୟବସାୟ ଚଳାଇଥିବା ୮ଜଣଙ୍କୁ ପୋଲିସ ଗିରଫ କରିଛି । ଏପରି ଘଟଣା ସାମ୍ନାକୁ ଆସିଛି ପଞ୍ଜାବ ବଠିଣ୍ଡାର କେନାଲ କଲୋନୀ ଅଞ୍ଚଳରେ । ସୂଚନାନୁସାରେ, ପୋଲିସକୁ ବବଲୀ ନାମକ ଜଣେ ମହିଳା ସଙ୍ଗୁଆନା ବସ୍ତିରେ ଦେହ ବ୍ୟବସାୟ ଚଳାଇଥିବା ସୂଚନା ମିଳିଥିଲା । ଏହାପରେ ଇନ୍ସପେକ୍ଟର ରାଜେନ୍ଦ୍ର ସିଂଙ୍କ ନେତୃତ୍ୱରେ ମହିଳାଙ୍କ ଘରେ ଚଢଉ କରାଯାଇଥିଲା । ପୋଲିସ ବବଲୀ, ତାଙ୍କ ସ୍ୱାମୀ ଜିତେନ୍ଦ୍ର ସିଂ, ବିକାଶ କୁମାର, ସୋନୁ, ସାହିଲ, ମନୀଶା, ରାଜାବିନ୍ଦ୍ର ଓ ନାନକପୁରାଙ୍କୁ ଆପତ୍ତିଜନତ ଅବସ୍ଥାରେ ଧରିଥିଲା । ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି ।
More Stories
ଆଜିଠୁ ପୁରୁଣା ଗାଡ଼ି କୁ ପେଟ୍ରୋଲ-ଡିଜେଲ ମନା…..
ବନ୍ୟାରେ ଭାସିଯାଇ ୧୨ ନିଖୋଜ……
ରାସାୟନିକ କାରଖାନାରେ ବିସ୍ଫୋରଣ ଘଟଣା:ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି……