ରିପୋର୍ଟ କାର୍ଡ / ଭୁବନେଶ୍ୱର
କରୋନା ଟିକା ନେବା ପରେ ମଧ୍ୟ ସଂକ୍ରମଣ ଦେଖା ଦେଇଛି | ଟିକା ନେବା ପରେ କରୋନାରେ ଆକ୍ରାନ୍ତଙ୍କ ସମ୍ପର୍କରେ ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର (ଆର୍ଏମ୍ଆର୍ସି) ଏକ ଗବେଷଣା କରିଥିଲା । ରାଜ୍ୟର ପ୍ରମୁଖ ସ୍ବାସ୍ଥ୍ୟକେନ୍ଦ୍ରରୁ ୩୬୧ ଜଣଙ୍କ ନମୁନା ପରୀକ୍ଷଣ କରାଯାଇଥିଲା । ରିପୋର୍ଟ ଅନୁଯାୟୀ କରୋନା ଟିକାର ୨ଟି ଡୋଜ୍ ନେବା ପରେ ମଧ୍ୟ ୨୭୪ଜଣ କରୋନା ସଂକ୍ରମିତ ହୋଇଥିଲେ। ଏପରିକି ଦ୍ୱିତୀୟ ଡୋଜ୍ ନେବାର ୧୪ଦିନ ପରେ ଯେଉଁ ସମୟରେ କରୋନା ବିରୋଧରେ ଶରୀରରେ ପ୍ରତିରୋଧକ ଶକ୍ତି ତିଆରି ହେବା କଥା, ସେତେବେଳେ ଏମାନେ ଆକ୍ରାନ୍ତ ହୋଇଥିଲେ। ମାର୍ଚ୍ଚ ୧ରୁ ଜୁନ୍ ୧୦ ମଧ୍ୟରେ ନମୁନା ସଂଗ୍ରହ ସହ ପରୀକ୍ଷଣ କରାଯାଇଥିଲା। ପଜିଟିଭ୍ ଚିହ୍ନଟ ୨୭୪ଙ୍କ ମଧ୍ୟରୁ ୨୭ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଥିବାବେଳେ ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିଲା। ଅର୍ଥାତ୍ କରୋନା ଟିକାର ଦୁଇଟି ଡୋଜ୍ ନେଲେ ସ୍ବାସ୍ଥ୍ୟାବସ୍ଥା ଗମ୍ଭୀର ହେବାର ଆଶଙ୍କା କମ୍ ରହିଥିବା ଆର୍ଏମ୍ଆର୍ସି ପକ୍ଷରୁ ଉକ୍ତ ରିପୋର୍ଟରେ କୁହାଯାଇଛି। ସେପଟେ ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ଆଉ ୨,୯୧୨ ଆକ୍ରାନ୍ତ।ଏଥିସହ ରାଜ୍ୟରେ ଆଉ ୪୦ଜଣ ଆକ୍ରାନ୍ତଙ୍କର କରୋନାରେ ମୃତ୍ୟୁ ଘଟିଛି।
More Stories
ପୁଣି ଅଶାନ୍ତ ଶ୍ରୀକ୍ଷେତ୍ର:ଅଟୋଚାଳକଙ୍କୁ ହାଣୀଲେ ଦୃର୍ବୁତ୍ତ….
ହସ୍ପିଟାଲ ଛାତରୁ ଡେଇଁ ପଡ଼ିଲେ ରୋଗୀ…..
ବାଲେଶ୍ୱର ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଏବେବି ସଙ୍କଟାପନ୍ନ…..