ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବଲିଉଡ୍ ଅଭିନେତା ଶାହାରୁଖ୍ଙ୍କ ବିପକ୍ଷରେ ପ୍ରମୁଖ ଭୂମିକାରେ ନଜର ଆସିବେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଅଭିନେତ୍ରୀ ନୟନତାରା | ଖୁବ୍ ଶୀଘ୍ର ବଲିଉଡ୍ରେ ଡେବ୍ୟୁ କରିବେ ବୋଲି ଚର୍ଚ୍ଚା ହେଉଛି । ସୂଚନା ଅନୁଯାୟୀ ସେ ପୁଣି ବଲିଉଡ୍ ଅଭିନେତା ଶାହାରୁଖ୍ଙ୍କ ବିପକ୍ଷରେ ପ୍ରମୁଖ ଭୂମିକାରେ ନଜର ଆସିବେ। ରିପୋର୍ଟ ଅନୁଯାୟୀ ନିର୍ଦ୍ଦେଶକ ଅତ୍ଲୀଙ୍କ ସହ ଶାହରୁଖ ଖାନଙ୍କ ଫିଲ୍ମରେ ଫିମେଲ୍ ଲିଡ୍ରେ ଅଭିନୟ କରିବେ ନୟନତାରା ।

ଏ ନେଇ ଫିଲ୍ମ ନିର୍ମାତା ନୟନତାରାଙ୍କ ସହ ଆଲୋଚନା ଆରମ୍ଭ କରିଥିବା ଜଣାପଡ଼ିଛି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କିଛି ଚୂଡାନ୍ତ ହୋଇନାହିଁ । ପ୍ରକାଶ ଥାଉ କି ନିର୍ଦ୍ଦେଶକ ଅତ୍ଲୀଙ୍କ ସହ ଶାହରୁଖଙ୍କ ଆଗାମୀ ଚଳଚ୍ଚିତ୍ର ଚଳିତ ବର୍ଷ ଶେଷ କିମ୍ବା ଆସନ୍ତା ବର୍ଷ ଆରମ୍ଭରେ ପରଦାକୁ ଆସିବାର ଯୋଜନା ରହିଛି।






More Stories
ବରିଷ୍ଠ ଅଭିନେତା ନାନା ପାଟେକରଙ୍କ ପରଲୋକ….
ଫିଲ୍ମ ନିର୍ଦ୍ଦେଶକଙ୍କ ମୃତଦେହ ଜବତ…..
‘ଗୋନ୍ଧାଲ’ କୁ ଓସ୍କାର…..