ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରବିବାରଠାରୁ ୩ ଦିନିଆ ଲଦାଖ ଅଭିମୁଖେ ଗସ୍ତ କରିଛନ୍ତି। ତାଙ୍କ ସହିତ ଭାରତର ସେନା ମୁଖ୍ୟ ଜେନେରାଲ ଏମ ଏମ ନର୍ବାଣେ ମଧ୍ୟ ଯିବେ । ଚୀନ ସହିତ ପୂର୍ବ ଲଦାଖ ଏବଂ ଅରୁଣାଚଳ ସୀମାନ୍ତରେ ଦୀର୍ଘ କାଳ ଧରି ଲାଗିରହିଥିବା ସୀମା ବିବାଦଜନିତ ଅଚଳାବସ୍ଥା ପରିପ୍ରେକ୍ଷୀରେ ଭାରତୀୟ ସେନାର ରଣ ପ୍ରସ୍ତୁତି ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରୀ ଟିକିନିଖି ଭାବରେ ସମୀକ୍ଷା କରିବେ ବୋଲି ଜଣାଯାଇଛି । ସୂଚନା ଅନୁଯାୟୀ, ଏହି ଗସ୍ତ ସମୟରେ ସୀମା ସଡକ ସଂଗଠନ (BRO) ଦ୍ୱାରା ନିର୍ମିତ ଇନଫ୍ରାଷ୍ଟ୍ରକ୍ଚର ପ୍ରକଳ୍ପର ଉଦଘାଟନ କରିବେ। ଏଥିସହିତ ସ୍ଥାନୀୟ ଅଞ୍ଚଳରେ ନିୟୋଜିତ ସୈନ୍ୟମାନଙ୍କ ସହ ମଧ୍ୟ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏନେଇ ରାଜନାଥ ସିଂ ଟ୍ବିଟ୍ କରିଛନ୍ତି ଯେ “ଲଦାଖ ପାଇଁ ନୂଆଦିଲ୍ଲୀରୁ ବାହାରୁଛି। ମୋର ଏହି ଗସ୍ତ ସମୟରେ ମୁଁ ସୈନ୍ୟମାନଙ୍କ ସହ ଯୋଗାଯୋଗ କରିବି ଏବଂ ସୀମା ସଡକ ସଂଗଠନ ଦ୍ୱାରା ନିର୍ମିତ ଅନେକ ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗଦେବି। ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ସେନା ମୁଖ୍ୟ ଜେନେରାଲ ଏମ ଏମ ନରାଓ୍ବଣେ ମଧ୍ୟ ଯୋଗଦେବେ। ନିକଟରେ ଦୁଇ ଦିନ ଧରି ଅନେକ ପ୍ରକଳ୍ପର ସମୀକ୍ଷା ପାଇଁ ମନ୍ତ୍ରୀ କେରଳର କୋଚି ଏବଂ କର୍ଣ୍ଣାଟକର କରୱାର ଗସ୍ତ କରିଥିଲେ।






More Stories
ଭ୍ୟାନ୍ କୂଅକୁ ଖସି ୧୪ ମୃତ…..
ସୂଚନା ଅଧିକାର ଆଇନ ବ୍ୟବସାୟ ପାଲଟିଛି…..
ଓମାନ ତଟରେ ବୁଡିଲା ଭାରତୀୟ ଡଙ୍ଗା….