ରିପୋର୍ଟ କାର୍ଡ / ଯାଜପୁର
ଚକୋଲେଟ୍ ଲୋଭ ଦେଖାଇ ଜଣେ ୫ ବର୍ଷର ନିରୀହ ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ଏଭଳି ଲଜ୍ଜାକର ଘଟଣା ଘଟିଛି ଯାଜପୁର ଜିଲ୍ଲା ବିହାରୀ ପଞ୍ଚାୟତ ଅଞ୍ଚଳରେ। ଏହି ଘଟଣାରେ ଅଭିଯୁକ୍ତ ପ୍ରଫୁଲ୍ଲ ପଣ୍ଡାକୁ ଗିରଫ କରିଛି ଯାଜପୁର ଥାନା ପୋଲିସ । ଡାକ୍ତରୀ ପରୀକ୍ଷା ପରେ ତାକୁ କୋର୍ଟ ଚାଲାଣ କରାଯାଇଛି । ମିଳିଥିବା ସୂଚନା ଅନୁସାରେ- ଶୁକ୍ରବାର ରାତିରେ ଏହି ଘଟଣା ଘଟିଥିଲା । ଝିଅଟି ଘର ବାରଣ୍ଡାରେ ଠିଆ ହୋଇଥିବା ବେଳେ ପ୍ରଫୁଲ୍ଲ ତାକୁ ଚକୋଲେଟ ଲୋଭ ଦେଖାଇ ଦୁଷ୍କର୍ମ କରିଥିଲା । ପୀଡ଼ିତା ଚିତ୍କାର କରିବାରୁ ଘଟଣାସ୍ଥଳରୁ ଫେରାର ହୋଇଥିଲା ଅଭିଯୁକ୍ତ । ଗୁରୁତର ଅବସ୍ଥାରେ ଶିଶୁକୁ ଉଦ୍ଧାର ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଏହି ଘଟଣାରେ ପୋଲିସ ଅଧିକ ତଦନ୍ତ ଚଳାଇଛି ।






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..