ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ହରିୟାଣାରେ କରୋନାର ଦ୍ଵିତୀୟ ଲହାରକୁ ନେଇ ଜାରିହୋଇଥିବା ଲକ୍ଡାଉନ୍ ଅବଧି କୁ ଜୁଲାଇ ୫ ଯାଏ ବୃଦ୍ଧି କରାଯାଇଛି | ଏନେଇ ରାବିରାର ହରିୟାଣା ସରକାର ଘୋଷଣା କରିଛନ୍ତି। ଏଥର କିନ୍ତୁ ଲକ୍ଡଡାଉନ୍ ଅବଧି ବଢିବା ସହିତ କିଛିଟା କୋହଳ ମଧ୍ୟ କରିଛନ୍ତି ରାଜ୍ୟ ସରକାର। କେତେକ ଜରୁରୀକାଳୀନ ସେବା ପାଇଁ ଅନୁମତି ପ୍ରଦାନ କରିଛନ୍ତି ସରକାର। ହରିୟାଣା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଦ୍ବାରା ଜାରି କରାଯାଇଥିବା ଏକ ନୂତନ ଆଦେଶରେ କୁହାଯାଇଛି ଯେ ମହିଳା ଏବଂ ଶିଶୁ ବିକାଶ ବିଭାଗ ଅଧୀନରେ ଅଙ୍ଗନୱାଡି କେନ୍ଦ୍ରଗୁଡିକ ଜୁଲାଇ ୩୧ ପର୍ଯ୍ୟନ୍ତ ରାଜ୍ୟରେ ବନ୍ଦ ରହିବ।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ଇଣ୍ଡିଆ ବ୍ଲକ ନେତାଙ୍କୁ ସାକ୍ଷାତ କରିବେନି CJI….
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….