ରିପୋର୍ଟ କାର୍ଡ / ଭୁବନେଶ୍ୱର
ଓଡିଶାକୁ କୋଭିସିଲ୍ଡ ଟିକା ଦେବାକୁ କେନ୍ଦ୍ରକୁ ଜଣାଇଲେ ଅତିରିକ୍ତ ମୁଖ୍ୟ ଶାସନ ସଚିବ | ଜୁନ୍ ମାସର ୬ ଲକ୍ଷ କୋଭିସିଲ୍ଡ ଟିକା ଦେବାକୁ କେନ୍ଦ୍ରକୁ ଜଣାଇଛନ୍ତି | ଟିକା ଆସିଲେ ସୁରୁଖୁର ଭାବେ ଟିକାକାରଣ କରିହେବ। ମଙ୍ଗଳବାର ସୁଦ୍ଧା ଆବଶ୍ୟକୀୟ ଟିକା ନ ପହଞ୍ଚିଲେ ଟିକାକରଣ କେନ୍ଦ୍ର ଚଳାଇବା ସମ୍ଭବ ପର ନୁହେଁ। ବର୍ତ୍ତମାନର ରାଜ୍ୟରେ ୩.୫ ଲକ୍ଷ କୋଭିସିଲ୍ଡ ଟିକା ରହିଛି। ଯାହାକି ଦୁଇ ଦିନ ଯିବ। ବର୍ତ୍ତମାନ ସୁଦ୍ଧା ୧୩,୭୮,୩୧୦ ଟିକା ସବୁ ଜିଲ୍ଲାରେ ଦିଆସାରିଲାଣି । ପ୍ରତିଦିନ ୩ ଲକ୍ଷ ଲୋକଙ୍କୁ ଟିକା ଦେବା ପାଇଁ ବ୍ୟବସ୍ଥା କରାଯାଇଛି। ରାଜ୍ୟ ଏ ସମସ୍ୟା ସମ୍ପର୍କରେ ଅବଗତ କରିବାପରେ କେନ୍ଦ୍ର ସରକାର ଟିକା ଯୋଗାଇଦେବା ପାଇଁ ସହମତି ପ୍ରକାଶ କରିଛନ୍ତି ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି ।






More Stories
ଡିଏଭି କଳିଙ୍ଗନଗରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ….
ବିଧାନସଭା ପରିସରରେ ଗାନ୍ଧୀ ଜୟନ୍ତୀ ପାଳିତ…..
ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ରାଜ୍ୟପାଳ…..