ରିପୋର୍ଟ କାର୍ଡ / କଟକ
ପରକୀୟା ପ୍ରୀତିକୁନେଇ ଭାଇକୁ ହାଣିଲା ଭାଇ | ଯୁବକଙ୍କୁ ଟାଙ୍ଗିଆରେ ହାଣି ବିଭତ୍ସ ହତ୍ୟା କରାଯାଇଛି । ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ଟାଙ୍ଗୀ ଥାନା ଜରିପଡ଼ା ପଞ୍ଚାୟଚ ଜଗନ୍ନାଥପୁର ଗାଁରେ। ମିଳିଥିବା ସୂଚନା ଅନୁସାରେ- ଜଗନ୍ନାଥପୁର ଗାଁର ଉମେଶ ଚନ୍ଦ୍ର ସ୍ବାଇଁଙ୍କ ପୁଅ ଗୌରାଙ୍ଗ ସ୍ୱାଇଁକୁ ତାଙ୍କ ବଡ ବାପା ପୁଅ ବିଷ୍ଣୁ ସ୍ୱାଇଁ ଟାଙ୍ଗିଆରେ ହାଣି ବିଭତ୍ସ ଭାବେ ହତ୍ୟା କରିଛି । ଯାହାକି ପୁରା ଅଞ୍ଚଳରେ ଆତଙ୍କ ଖେଳିଯାଇଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ହତ୍ୟାର ପ୍ରକୃତ କାରଣ ଜଣାପଡିନଥିବା ବେଳେ, ବିଷ୍ଣୁଙ୍କ ପତ୍ନୀଙ୍କ କହିବା ଅନୁଯାୟୀ ଗୌରଙ୍ଗ ବିବାହିତ ହୋଇ ମଧ୍ୟ ତାଙ୍କ ସହ ଖରାପ ସମ୍ପର୍କ ରଖିବା ପାଇଁ ବାଧ୍ୟ କରୁଥିଲେ । ଏପିରିକି ଫୋନ୍କୁ ମେସେଜ କରୁଥିଲେ । ତେବେ ମଙ୍ଗଳବାର ସଂଧ୍ୟାରେ ବାଡିରେ ପଶି ଟଣା ଓଟରା କରିବାରୁ ବିଷ୍ଣୁ ରାଗିଯାଇ ଏକ ଟାଙ୍ଗିଆରେ ଗୋଡାଇ ଗୋଡାଇ ଗୌରାଙ୍ଗକୁ ହାଣିଥିବା ପୋଲିସକୁ କହିଛନ୍ତି । ପୋଲିସ ସ୍ୱାମୀ ଓ ସ୍ତ୍ରୀଙ୍କ ଅଟକ ରଖି ତଦନ୍ତ ଜରିରଖିଛି। ପୋଲିସ ତଦନ୍ତ ପରେ ହତ୍ୟାକାଣ୍ଡର ପ୍ରକୃତ ରହସ୍ୟ ଜଣାପଡିବ।
More Stories
୧୯ ଘଣ୍ଟା ଅଟକ ପରେ ବିଧାୟକଙ୍କୁ ଛାଡିଲା ପୋଲିସ…..
ଆର୍ ଆଣ୍ଡ ବି ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ଼…..
କଟକରେ ଜଣେ କୋଭିଡ୍ ସଂକ୍ରମିତ ଚିହ୍ନଟ….