Report Card Odisha

| Daily Odia News

ହଠାତ ନିୟମ କୋହଳ କଲେ ଲୋକେ ଅମାନିଆ ହୋଇଯିବେ:ଡିଏମଇଟି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ବୁଧବାର ହେଉଛି ରାଜ୍ୟର ଲକଡାଉନ୍ ଅବଧିର ଶେଷ ଦିନ । ଗୁରୁବାର ସକାଳ ୬ଟାରେ ଶେଷ ହେଉଛି ଲକଡାଉନ୍ ଅବଧି । ଲକ୍‌ଡାଉନ ଖୋଲିବା ଉଚିତ୍‌ କି ନାହିଁ, ଯଦି ଖୋଲିବ କିପରି ହେବା ଉଚିତ ସେ ନେଇ ମୁହଁ ଖୋଲିଛନ୍ତି ଡିଏମଇଟି ସିବିକେ ମହାନ୍ତି। ଡିଏମଇଟି ସିବିକେ ମହାନ୍ତି କହିଛନ୍ତି, ଜୀବନ ଜୀବିକା ପାଇଁ ରାଜ୍ୟରେ କଟକଣା କୋହଳ ହେବା ଆବଶ୍ୟକ ରହିଛି । କିନ୍ତୁ ତାହା ପର୍ଯ୍ୟାୟକ୍ରମେ ହେବା ଉଚିତ୍‌ । ହଠାତ ନିୟମ କୋହଳ କଲେ ଲୋକେ ଅମାନିଆ ହୋଇଯିବେ । ତେଣୁ ଆବଶ୍ୟକତାକୁ ଦେଖି ପଦକ୍ଷେପ ନିଆଯିବା ସହ କଟକଣା ରଖିବାକୁ ସେ କହିଛନ୍ତି । ଟିକାକରଣ ନେଇ ଡ. ମହାନ୍ତି କହିଛନ୍ତି, ଟିକା ପଠାଇବା ଦାୟିତ୍ୱ କେନ୍ଦ୍ର ସରକାରଙ୍କର । ଯେଉଁ ପରିମାଣର ଟିକା ଆସିବ, ସେଇ ଅନୁଯାୟୀ, ଟିକା ଦିଆଯିବ। ତା ଛଡ଼ା ରାଜ୍ୟରେ ଯୁଦ୍ଧକାଳୀନ ଭିତ୍ତିରେ ଟିକା ଦିଆଯିବ ବୋଲି ସେ କହିଛନ୍ତି। ସୂଚନାଥାଉ କି, ବିଭିନ୍ନ ରାଜ୍ୟରେ ୫୦ ପ୍ରତିଶତ ଲୋକଙ୍କୁ ନେଇ ଜିମ୍, ମଲ୍ ଓ ବସ୍ ସେବାକୁ ଅନୁମତି ମିଳିିଥିବାରୁ ଜୀବୀକାକୁ ଆଖି ଆଗରେ ରଖି ଆମ ରାଜ୍ୟରେ ବି ସେହି ଅନୁଯାୟୀ କରିବା ଉଚିତ ବୋଲି ମତ ପ୍ରକାଶ ପାଇଛି।

Breaking News