ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡିଜିଟାଲ ଇଣ୍ଡିଆର ହିତାଧିକାରୀମାନଙ୍କ ସହ ଆଲୋଚନା କରିବେ। ଆଜି ପୂର୍ବାହ୍ନରେ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ହେବାକୁଥିବା ଏହି ସ୍ୱତନ୍ତ୍ର ଆଲୋଚନାକୁ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ ଆୟୋଜନ କରାଯାଉଛି। ୨୦୧୫ ମସିହା ଜୁଲାଇ ୧ ତାରିଖରେ ଡିଜିଟାଲ ଇଣ୍ଡିଆ ଅଭିଯାନ ଆରମ୍ଭ ହୋଇଥିଲା। ଡିଜିଟାଲ ଇଣ୍ଡିଆ ନୂତନ ଭାରତର ଅନ୍ୟତମ ସଫଳ କାର୍ଯ୍ୟକ୍ରମ ଭାବେ ପ୍ରମାଣିତ ହୋଇଛି। ସହଜ ସେବା ଉପଲବ୍ଧତା, ସରକାରଙ୍କୁ ନାଗରିକମାନଙ୍କ ନିକଟତର କରିବା, ନାଗରିକମାନଙ୍କ ସଂପୃକ୍ତିକୁ ପ୍ରୋତ୍ସାହିତ କରିବା ସହିତ ଏହି ଯୋଜନା ଜନସାଧାରଣଙ୍କୁ ସଶକ୍ତ କରିଛି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଆଇ.ଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ ମଧ୍ୟ ଉପସ୍ଥିତ ରହିବେ।






More Stories
ବଳେନ୍ଦ୍ର ଶାହା ପରବର୍ତ୍ତୀ ପ୍ରଧାନମନ୍ତ୍ରୀ…..
ନୀତୀଶଙ୍କୁ ବିରୋଧ କଲେଣି ପରିବାର,ମୋଦିଙ୍କ ପୋଷ୍ଟରରେ ଲଗାଇଲେ କାଳି……
ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ…..