ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ ପେଟ୍ରୋଲ ଓ ଡିଜେଲ ଦର ଆକାଶଛୁଅଁ ଥିବା ବେଳେ ଏଲପିଜି ଦର ବଢିଛି। ଗୁରୁବାର ଠାରୁ ବିନା ସବସିଡିଯୁକ୍ତ ସିଲିଣ୍ଡର ପିଛା ଦାମ ୨୫ ଟଙ୍କା ଦର ବୃଦ୍ଧି ହୋଇଛି । ଦେଶର ରାଜଧାନୀ ଦିଲ୍ଲୀରେ ଏଲପିଜି ସିଲିଣ୍ଡର ପ୍ରତି ଦାମ ୮୩୪ ଟଙ୍କା ହୋଇଛି । ପୂର୍ବରୁ ଦାମ୍ ୮୦୯ ଟଙ୍କା ଥିଲା । ଏପ୍ରିଲ ମାସରେ ୧୦ ଟଙ୍କା ଶସ୍ତା ହୋଇଥିଲା ବିନା ସବସିଡିଯୁକ୍ତ ସିଲିଣ୍ଡର ଦାମ୍ । ତେବେ ମେ ଓ ଜୁନରେ ବଢ଼ି ନଥିଲା । ସେହିପରି କୋଲକାତାରେ ବର୍ଦ୍ଧିତ ଦର ଲାଗୁ ପରେ ଏଲପିଜି ସିଲିଣ୍ଡର ଦାମ୍ ୮୬୧ ଓ ମୁମ୍ବାଇରେ ୮୩୪ରୁ ୮୫୦ ଟଙ୍କାରେ ବିକ୍ରି ହେଉଛି । ଦିଲ୍ଲୀର ଚଳିତବର୍ଷ ଏଲପିଜି ସିଲିଣ୍ଡର ଦାମରେ ୧୩୮ ଟଙ୍କା ବୃଦ୍ଧି ହୋଇଛି । ଚଳିତବର୍ଷ ଜାନୁଆରୀ ୧ ତାରିଖରେ ଦାମ୍ ଥିଲା ୬୯୪ ଟଙ୍କା । ଆଜି ୮୩୪ ଟଙ୍କାରେ ପହଞ୍ଚିଛି ।
More Stories
ଜମ୍ମୁ-କାଶ୍ମୀରରେଏକାଧିକ ସ୍ଥାନରେ ଏନଆଇଏର ଚଢାଉ…..
ଦିଲ୍ଲୀ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ଆପ୍……
ଅଦାନୀ ଗ୍ରୁପ :ସୌର ପ୍ରକଳ୍ପ ପାଇଁ ଲାଞ୍ଚ ଦେଇଥିବା ଅଭିଯୋଗ, ଖଣ୍ଡନ କଲା ଗ୍ରୁପ୍…..