ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜିକୁ ଡିଜିଟାଲ ଇଣ୍ଡିଆକୁ ପୂରିଲା ୬ ବର୍ଷ । ଠିକ୍ ଆଜିର ଦିନରେ ୨୦୧୫ରେ ଏହା ଲଞ୍ଚ ହୋଇଥିଲା । ଏହି ଡିଜିଟାଲ ଇଣ୍ଡିଆର ମୋଟ ଥିଲାକି ସରକାରୀ ସେବାଗୁଡ଼ିକ ଜନତାଙ୍କ ପାଖରେ ଡିଜିଟାଲ ମାଧ୍ୟମରେ ପହଞ୍ଚାଇବା । ଏହା ଅନ୍ତର୍ଗତ ସରକାର ଅନେକ ଯୋଜନା ଆରମ୍ଭ ମଧ୍ୟ କରିଥିଲେ । ଯୋଜନାର ଛଅ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଗୁରୁବାର ଡିଜିଟାଲ ଇଣ୍ଡିଆର ଫାଇଦା ଏବଂ ଆଗାମୀ ଯୋଜନା ବିଷୟରେ କହିଛନ୍ତି । ଯୋଜନାର ଛଅ ବର୍ଷ ପୂର୍ତ୍ତି ଅବସରରେ ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଡିଜିଟାଲ ଇଣ୍ଡିଆର ଅର୍ଥ ହେଉଛି ଭାରତବାସୀଙ୍କ ଜୀବନକୁ ସୁଲଭ ଏବଂ ସରଳ କରିବା । ଗରିବଙ୍କ ଆକାଉଣ୍ଟ ଖୋଲି ସେମାନଙ୍କ ଆକାଉଣ୍ଟଙ୍କୁ ସିଧାସଳଖ ପଇସା ପଠାଇବା ଦ୍ୱାରା କଳାବଜାରୀ ଯୁଗ ଶେଷ ହୋଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଭିଡିଓ କନଫରେନ୍ସିଂରେ ଏହି ଅଭିଯାନ ଜରିଆରେ ଲାଭ ପାଉଥିବା ଲୋକଙ୍କ ସହ କଥା ହୋଇଛନ୍ତି । କଥାବାର୍ତ୍ତା ସମୟରେ ସେ କହିଥିଲେ ଶିକ୍ଷାର ଡିଜିଟାଲ କରଣ ହେବା ଆବଶ୍ୟକ । ବିଜୁଳି ବିଲ୍, ପାଣି ବିଲ୍, ଇନକମ ଟ୍ୟାକ୍ସ, ଫାଷ୍ଟ ଟ୍ୟାଗ ଇତ୍ୟାଦି ଡିଜିଟାଲ ଇଣ୍ଡିଆ ଦ୍ୱାରା ସହଜ ହୋଇ ପାରିଛି । ଗାଁ ଗାଁକୁ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ ପହଞ୍ଚାଇବା ପାଇଁ ପ୍ରୟାସ କରାଯାଉଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ସେହିଭଳି ଆରୋଗ୍ୟ ସେତୁ ଆପ ଓ କୋୱିନ ଆପ କିଭଳି କରୋନା ମହାମାରୀ ପରି କଠିନ ସମୟରେ ସହାୟକ ହୋଇ ପାରିଛି ତାହା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି । ୫ଜି ଆସିବା ପରେ ଟେକ୍ନୋଲୋଜିରେ ପରିବର୍ତ୍ତନ ହେବ ଏବଂ ଡାଟା ପ୍ରୋଟେକ୍ସନ ଉପରେ କାମ କରାଯାଉଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।
More Stories
ସୁରକ୍ଷାକର୍ମୀଙ୍କ ଗୁଳିରେ ୧୦ ମାଓବାଦୀ ନିହତ…..
ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ, ୩୮ ମୃତ, ୨୯ ଆହତ……
ଆସନ୍ତାକାଲି ଆସିବ ମହାରାଷ୍ଟ୍ର-ଝାଡ଼ଖଣ୍ଡ ନିର୍ବାଚନ ଫଳ…..