ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଶୁଣାଇଛନ୍ତି ଚରମ ବାଣୀ | କହିଛନ୍ତି କି ଯଦି ବିଦେଶୀ ଶକ୍ତି ଧମକାଇବାକୁ ବା ପ୍ରଭାବିତ କରିବାକୁ ଉଦ୍ୟମ କରନ୍ତି ସେମାନଙ୍କୁ ଏହାର ପାଲଟା ଜବାବ ମିଳିବ ବୋଲି ଚେତାବନୀ ଦେଇଛନ୍ତି । କ୍ଷମତାସୀନ କମ୍ୟୁନିଷ୍ଟ ପାର୍ଟି ସ୍ଥାପନାର ଗୁରୁବାର ଶତବାର୍ଷିକ ଉପଲକ୍ଷେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଜିନପିଙ୍ଗ ଏହି ଧମକ୍ ଦେଇଛନ୍ତି। ଏବେ ଚୀନ୍ ରାଷ୍ଟ୍ରପତିଙ୍କ ଏହି ଚେତାବନୀକୁ ବ୍ୟାପକ ରୂପେ ଆମେରିକା ଉଦ୍ଦେଶ୍ୟରେ ବୋଲି ବିଚାର କରାଯାଉଛି।
ଜିନ୍ପିଙ୍ଗଙ୍କ ବୟାନ ଏପରି ଏକ ସମୟରେ ଆସିଛି ଯେତେବେଳେ ହଙ୍ଗକଙ୍ଗରେ ବ୍ୟାପକ ମାନବାଧିକାର ଉଲ୍ଲଂଘନ ଲାଗି ବିଶ୍ୱବ୍ୟାପୀ ଚୀନ୍ ସମାଲୋଚିତ ହେଉଛି। ଏହା ଛଡା ବ୍ୟବସାୟ, ଗୁଇନ୍ଦାଗିରି ଓ କରୋନାକୁ ନେଇ ଆମେରିକା ଓ ଚୀନ୍ ସମ୍ପର୍କରେ ତିକ୍ତତା ଦେଖା ଦେଇଥିବା ବେଳେ ତାଇୱାନ ନୂଆ କାରଣ ପାଲଟିଛି। ଆମେରିକା ସମର୍ଥନରେ ତାଇୱାନ ନିଜକୁ ସାର୍ବଭୌମ ରାଷ୍ଟ୍ର ମନେ କରୁଥିବା ବେଳେ ଚୀନ୍ ଏହାକୁ ନିଜର ପୃଥକ ପ୍ରାନ୍ତ ବିବେଚନା କରୁଛି। ଯଦି ତାଇୱାନକୁ ନେବା ଲାଗି ଚୀନ୍ ଉଦ୍ୟମ କରେ ଆମେରିକା ଏହାର ଦୃଢ ଜବାବ ଦେବା ଏବେ ଏକପ୍ରକାର ନିଶ୍ଚିତ। ଏଥିରେ ଜିନପିଙ୍ଗ ତାଇୱାନ୍କୁ ଦେଶର ମୁଖ୍ୟ ଭୂ-ଭାଗ ସହ ଯୋଡି ରଖିବା ଲାଗି ସଂକଳ୍ପବଦ୍ଧ ବୋଲି କହିଛନ୍ତି। ଏଥିରେ ଜିନପିଙ୍ଗ କହିଛନ୍ତି ଯେ ଆମର କ୍ଷମତା ଓ ସାମର୍ଥ୍ୟକୁ ନେଇ କେହି ଭ୍ରମରେ ରହିବା ଉଚିତ ନୁହେଁ। ଚୀନ୍ ଲୋକେ ନିଜ ରାଷ୍ଟ୍ରର ସାର୍ବଭୌମତା ଓ ସୀମା ସୁରକ୍ଷା ଲାଗି ସକ୍ଷମ। ଶତବାର୍ଷିକ ଉତ୍ସବ ଅବସରରେ ତିଆନାନମେନ ସ୍କୋୟାରରେ ଯୁଦ୍ଧବିମାନ ଫ୍ଲାଇପାଷ୍ଟ ଓ ତୋପ ସଲାମୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଦେଶଭକ୍ତି ଗୀତର ତାଳେତାଳେ ସୈନ୍ୟ ପରେଡ ମଧ୍ୟ ଅନୁଷ୍ଠିତ ହୋଇଛି।
More Stories
ପଶ୍ଚିମବଙ୍ଗ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ….
ପୁଣି ଫେରୁଛି କରୋନାର ନୂଆ ଲହର !….
ଚୀନ୍ରେ ଭୂମିକମ୍ପ ଅନୁଭୂତ…..