ରିପୋର୍ଟ କାର୍ଡ / ନୂଆଦିଲ୍ଲୀ / ଭୁବନେଶ୍ୱର
ଦେଶରେ ଲଗାତାର ଭାବରେ ବଢିଚାଲିଛି ପେଟ୍ରୋଲ ଏବଂ ଡିଜେଲ ଦର | ସରକାରୀ ତୈଳ କମ୍ପାନୀଗୁଡିକ ଦ୍ୱାରା ପ୍ରକାଶିତ ମୂଲ୍ୟ ଅନୁଯାୟୀ ଶୁକ୍ରବାର ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ୩୫ ପଇସା ବୃଦ୍ଧି ପାଇ ଲିଟର ପିଛା ୯୯.୧୬ରେ ପହଞ୍ଚିଛି । ତେବେ ଲିଟର ପିଛା ଡିଜେଲ ୮୯.୧୮ଟଙ୍କା ସ୍ଥିର ରହିଛି । ଦେଶର ଅନେକ ସ୍ଥାନରେ ଆଜି ପେଟ୍ରୋଲ ଦର ଲିଟର ପିଛା ୧୦୫ ଟଙ୍କାକୁ ଅତିକ୍ରମ କରିଛି। ବେଙ୍ଗାଲୁରୁରେ ପେଟ୍ରୋଲ ଲିଟର ୧୦୨ ଟଙ୍କା ୪୮ ପଇସା, ଚେନ୍ନଇରେ ୧୦୦ ଟଙ୍କା ୧୩ ପଇସା, ହାଇଦ୍ରାବାଦରେ ୧୦୩ ଟଙ୍କା ୫ ପଇସା, ରାଜସ୍ଥାନର ଜୟପୁରରେ ୧୦୬ ଟଙ୍କା ୧୮ ପଇସା, ମୁମ୍ବଇ ୧୦୫ ଟଙ୍କା ୨୪ ପଇସା, ପାଟନା ୧୦୧ ଟଙ୍କା ୪୯ ପଇସା ଏବଂ ତିରୁଅନନ୍ତପୁରମରେ ଏହା ୧୦୦ ଟଙ୍କା ୮୭ ପଇସାରେ ପହଞ୍ଚିଛି। ଓଡ଼ିଶାର ଭୁବନେଶ୍ୱର, କଟକ ମହାନଗରରେ ପେଟ୍ରୋଲ ଦର ୧୦୦ ଟଙ୍କାରେ ପହଞ୍ଚିଛି। କରୋନା ମହାମାରୀରେ ଜୀବନ ଜୀବିକା ହରାଇଥିବା ପରିବାରଗୁଡିକ ପେଟ୍ରୋଲ, ଡିଜେଲର ଏଭଳି ଦରବୃଦ୍ଧିକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ଯେ ଦିନକ ତଳେ ରନ୍ଧନ ଗ୍ୟାସ ସିଲିଣ୍ଡର ମୂଲ୍ୟ ମଧ୍ୟ ପାଖାପାଖି ୨୫ ଟଙ୍କା ବୃଦ୍ଧି ପାଇଥିଲା। ରାଜଧାନୀ ଭୁବନେଶ୍ୱରରେ ଶୁକବ୍ରାର ପେଟ୍ରୋଲ ଲିଟର ପିଛା ୯୯ ଟଙ୍କା ୭୭ ପଇସା ରହିଥିବାବେଳେ ଭୁବନେଶ୍ୱର-କଟକ ମଧ୍ୟବର୍ତ୍ତୀ ଫୁଲନଖରାରେ ଏହାର ମୂଲ୍ୟ ୯୯ ଟଙ୍କା ୯୫ ପଇସା ରହିଛି। ଗତ ଏକ ସପ୍ତାହ ମଧ୍ୟରେ ପେଟ୍ରୋଲ ଦର ପିଛା ପ୍ରାୟ ୧ ଟଙ୍କା ୭୦ ପଇସା ବୃଦ୍ଧି ଘଟିଛି। ସେହିଭଳି କଟକରେ ଶୁକ୍ରବାର ପେଟ୍ରୋଲ ଦର ଲିଟର ପିଛା ୧୦୦ ଟଙ୍କା ୨୭ ପଇସାରେ ପହଞ୍ଚିଛି। ସପ୍ତାହକ ମଧ୍ୟରେ କଟକରେ ପେଟ୍ରୋଲ ଦର ୨ ଟଙ୍କାରୁ ଅଧିକ ବୃଦ୍ଧିପାଇଛି।
More Stories
ଜମ୍ମୁ-କାଶ୍ମୀରରେଏକାଧିକ ସ୍ଥାନରେ ଏନଆଇଏର ଚଢାଉ…..
ଦିଲ୍ଲୀ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ଆପ୍……
ଅଦାନୀ ଗ୍ରୁପ :ସୌର ପ୍ରକଳ୍ପ ପାଇଁ ଲାଞ୍ଚ ଦେଇଥିବା ଅଭିଯୋଗ, ଖଣ୍ଡନ କଲା ଗ୍ରୁପ୍…..