Report Card Odisha

| Daily Odia News

ଓଡିଶା ଆସିବ ବିଜୁବାବୁଙ୍କ ଡାକୋଟା….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଖୁବଶୀଘ୍ର ଓଡିଶା ଆସିବ ବିଜୁବାବୁଙ୍କ ଡାକୋଟା ବିମାନ | ଦୀର୍ଘ ୪ ବର୍ଷ ପରେ ଡିସି-୩ ଫେରିବା ଆଶା ଉଜ୍ଜୀବିତ ହୋଇଛି । କୋଲକାତାରୁ ଆସିବ ବିଜୁବାବୁଙ୍କ ଡାକୋଟା । ଏନେଇ ଟେଣ୍ଡର ପ୍ରକ୍ରିୟା ବି ଆରମ୍ଭ ହୋଇସାରିଲାଣି । ଟେଣ୍ଡର ପାଇଁ ପିଡବ୍ଲୁଡିକୁ ଦାୟିତ୍ୱ ଦିଆଯାଇଥିବା ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି । ଇଣ୍ଡୋନେସିଆ ଓ ଭାରତ ସ୍ୱାଧୀନତା ସଂଗ୍ରାମର ଐତିହାସିକ ସ୍ୱାକ୍ଷର ବହନ କରେ ଡାକୋଟା । କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦରର ଅଗମ୍ୟ କୋଣରେ ଡାକୋଟା ପଡ଼ି ରହିଛି । ତେବେ ଡାକୋଟା ବିମାନ ଆସିଲେ ଏହାକୁ ଏୟାରପୋର୍ଟ ନିକଟରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ନିକଟରେ ରଖାଯିବା ପାଇଁ ଭାରତ ସରକାରଙ୍କ ଅନୁମତି ମଗାଯାଇଛି ।

Breaking News