ରିପୋର୍ଟ କାର୍ଡ / ଭୁବନେଶ୍ବର
ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଛି | ଜୁଲାଇ ଦ୍ବିତୀୟ ସପ୍ତାହରେ କମିବ କରୋନା । ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଖାଲି ସେତିକି ନୁହେଁ ଡେଲଟା ପ୍ଲାସ ଭ୍ୟାରିଆଣ୍ଟକୁ ନେଇ ଯେଉଁ ଭୟ ବଢୁଛି, ତାହା ସେଭଳି ଘାତକ ନୁହେଁ । ଶହେରୁ ଅଧିକ ଦେଶରେ ଭାରିଆଣ୍ଟ ଦେଖା ଯାଇଥିଲେ ମଧ୍ୟ ସେତେଟା ଏହା ଘାତକ ହୋଇନାହିଁ । ଏନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି । ତାଙ୍କ କହିବା କଥା, ରାଜ୍ୟର ୫ ପ୍ରତିଶତ ଲୋକଙ୍କୁ ନେଇ ଜିନମ ସିକୁଏନ୍ସିଂ କରାଯାଇଥିଲା । ମାର୍ଚ୍ଚ ମାସରେ ଯେତେ ଜିନମ ସିକୁଏନ୍ସିଂ କରାଯାଇଛି, ସେସବୁରୁ ଡେଲଟା ପ୍ଲସ ଭାରିଆଣ୍ଟ ଦେଖାଯାଇନି । ସେହିପରି ବ୍ଲାକ୍ ଫଙ୍ଗସ୍ ଥିଲା ଓ ରହିବ । କିନ୍ତୁ ଏହା ତୃତୀୟ ଲହରରେ ସେପରି ଘାତକ ହେବନାହିଁ । ସେପ୍ଟେମ୍ବର, ଅକ୍ଟୋବର ବେଳକୁ ତୃତୀୟ ଲହରୀ ଆସିବାର ଆଶଙ୍କା ରହିଛି । ଅନ୍ୟପଟେ ସଂକ୍ରମଣ ହାର କମୁଥିବା ବେଳେ, ଲୋକେ କରୋନା କଟକଣା ମାନିବାକୁ ପରାମର୍ଶ ଦେଇଛନ୍ତି ଡିଏମଇଟି ସିବିକେ ମହାନ୍ତି । ଦ୍ବିତୀୟ ଲହରର ପ୍ରଭାବ କମି କମି ଆସୁଛି । ହେଲେ ତୃତୀୟ ଲହର ଆସିବ କି ନାହିଁ ତାହା କାହାକୁ ଜଣାନାହିଁ । ତଥାପି ଲୋକେ ଆବା୍ୟକୀୟ କୋଭିଡ ଗାଇଡଲାଇନ୍ ମାନିବାକୁ ସେ ଲୋକଙ୍କୁ ପରାମର୍ଶ ଦେଇଛନ୍ତି ।
More Stories
ଭାରତ-ଇଂଲଣ୍ଡ ମ୍ୟାଚ୍:ଆଜି କାଉଣ୍ଟରରେ ଟିକଟ ବିକ୍ରି ଆରମ୍ଭ…..
ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ,୨୪ ଆହତ….
ଭିଜିଲାନ୍ସ ଜାଲରେ ଏଏସଆଇ……